ସଞ୍ଜୟଙ୍କ ନାଁରେ ୭୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ମହିଳା ଫ୍ୟାନ୍, ଇଣ୍ଟରଭ୍ୟୁରେ ଖୁଲାସା କଲେ ନାୟକ
ସଞ୍ଜୟ ଦତ୍ତଙ୍କ ପାଇଁ ସମ୍ପତ୍ତି ଛାଡ଼ିଦେଲେ ମହିଳା । ଘର ଲୋକଙ୍କ ବଦଳରେ ଅଭିନେତାଙ୍କ ନାଁରେ କଲେ ସବୁ ସମ୍ପତ୍ତି ।
ନୂଆଦିଲ୍ଲୀ: ବଲିଉଡ୍ ନାୟକ, ନାୟିକାଙ୍କ ଫ୍ୟାନ୍ସ ତାଙ୍କୁ ଅନେକ ସମୟରେ ଦାମୀ ଗିଫ୍ଟ ଦେଉଥିବାର ଆମେ ଶୁଣିଛେ ଏବଂ ଖବରରେ ପଢ଼ିଛେ ।
ହେଲେ ନିକଟରେ ସଞ୍ଜୟ ଦତ୍ତ ତାଙ୍କର ଜଣେ ମହିଳା ଫ୍ୟାନଙ୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି । ଫୁଡ୍ ଭ୍ଲଗ ଚ୍ୟାନେଲ କର୍ଲି ଟେଲ୍ସରେ ସଞ୍ଜୟ ତାଙ୍କ ଫ୍ୟାନଙ୍କ ବିଷୟରେ କହିଛନ୍ତି ।
ସଞ୍ଜୟଙ୍କର ଜଣେ ଫ୍ୟାନ ଥିଲେ ଯେ, ତାଙ୍କର ସବୁ ସମ୍ପତ୍ତି ଅଭିନେତାଙ୍କ ନାଁରେ କରିଦେବା ଲାଗି ବ୍ୟାଙ୍କକୁ ଅନୁରୋଧ କରିଥିଲେ । ୬୨ ବର୍ଷୀୟା ମହିଳା ନିଜର ୭୨ କୋଟି ଟଙ୍କାର ସମ୍ପତ୍ତି ସଞ୍ଜୟଙ୍କ ନାଁରେ କରି ଦେଇଥିଲେ ।
ସଞ୍ଜୟ ଦତ୍ତ ଏ କଥା ଜାଣିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ୭୨ କୋଟିର ସମ୍ପତ୍ତିକୁ ମହିଳାଙ୍କ ପରିବାରକୁ ଫେରାଇ ଦେଇଥିବା କହିଛନ୍ତି । ଏ ଘଟଣା ୨୦୧୮ ମସିହାର ବୋଲି ସଞ୍ଜୟ କହିଛନ୍ତି ।
୧୯୮୧ ମସିହାରେ ଫିଲ୍ମ ରକି ଜରିଆରେ ସଞ୍ଜୟ ବଲିଉଡକୁ ଏଣ୍ଟ୍ରି କରିଥିଲେ । ବହୁତଗୁଡ଼ିଏ ହିଟ୍ ଫିଲ୍ମ ସଞ୍ଜୟ ଦତ୍ତ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି, ଯେଉଁଗୁଡ଼ିକ ଭିତରେ ରହିଛି ନାମ, ସାଜନ୍, ଖଲ ନାୟକ, ବାସ୍ତବ, ମୁନ୍ନା ଭାଇ ଏମବିବିଏସ ଭଳି ଅନେକ ଚଳଚ୍ଚିତ୍ର ।
ଶେଷଥର ପାଇଁ ସଞ୍ଜୟ ଦତ୍ତଙ୍କୁ ଭୁତନୀ ଏବଂ ହାଉସଫୁଲ୍-୫ ଜରିଆରେ ବଡ଼ ପରଦାରେ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ସଞ୍ଜୟ ତେଲୁଗୁ ଫିଲ୍ମ ଅଖଣ୍ଡ-୨ରେ ନଜରକୁ ଆସିବେ । ଯାହା ସେପ୍ଟେମ୍ବର ୨୫ରେ ରିଲିଜ୍ ହେବ ।