fbpx

(Video) ଗଗନଯାନରେ ସୂର୍ଯ୍ୟକୁ ଯିବେ ମହିଳା ମହାକାଶଚାରୀ! ଚନ୍ଦ୍ରଯାନର ସଫଳତା ପରେ ଇସ୍ରୋ କଲା ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ ସଫଳତାର ଶିଖର ଛୁଇଁଛି । ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଦେଇ ଇତିହାସ ରଚିଛି ଲାଣ୍ଡର ବିକ୍ରମ । ଏହାପରେ ପ୍ରଜ୍ଞାନ ମଧ୍ୟ ଚନ୍ଦ୍ରର ସମସ୍ତ ଟିକିନିକି ଡାଟା ସଂଗ୍ରହ କରିବାରେ ଲାଗି ପଡ଼ିଛି । ତେବେ ଚନ୍ଦ୍ରଯାନର ଏହି ଅପୂର୍ବ ସଫଳତା ପରେ ଇସ୍ରୋ ସୂର୍ଯ୍ୟକୁ ଯିବା ଘୋଷଣା କରିଛି ଏବଂ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହା ଭିତରେ ଗଗନଯାନକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଦେଶର ପ୍ରଥମ ମିଶନ ଭାବେ ‘ଗଗନଯାନ ମିଶନ’ରେ ମହାକାଶକୁ ମହିଳା ମହାକାଶଚାରୀଙ୍କୁ ପଠାଇବ ଇସ୍ରୋ ।

ଇସ୍ରୋର ମିଶନ ଗଗନଯାନକୁ ନେଇ ଏବେ ବଢୁଛି କ୍ରେଜ୍ । ଖୁବଶୀଘ୍ର ସୂର୍ଯ୍ୟରେ ଓହ୍ଲାଇବେ ଜଣେ ମହିଳା ମହାକାଶଚାରୀ । ଚନ୍ଦ୍ର ପରେ ସୂର୍ଯ୍ୟର ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସ୍ତୁତ ହେଉଛି ଗଗନଯାନ ମିଶନ୍ । ଭାରତ ଚନ୍ଦ୍ରାବତରଣ ପରେ ଏବେ ବିଶ୍ୱର ବୈଜ୍ଞାନିକଙ୍କ ଫୋକସରେ ମିଶନ ଗଗନଯାନ । ଏହି ମିଶନରେ ଇସ୍ରୋ ମହିଳା ରୋବୋଟ ମହାକାଶଚାରୀ ପଠାଇବାକୁ ନେଇ ଯୋଜନା କରୁଛି । ସୂର୍ଯ୍ୟପୃଷ୍ଠରେ ପହଞ୍ଚି ସେଠାରେ ଭ୍ରମଣ କରିବା ସହ ଇସ୍ରୋକୁ ନୂଆ ନୂଆ ତଥ୍ୟ ଦେବେ ଏହି ରୋବୋଟ । ତେବେ ଏହି ଗଗନଯାନରେ କେଉଁ ମହିଳାଙ୍କୁ ପଠାଯିବ, ତାହା ମଧ୍ୟ ସ୍ଥିର କରାଯାଇ ସାରିଥିବା ଘୋଷଣା କରିଛି ଇସ୍ରୋ । ମାତ୍ର ପ୍ରକୃତରେ ସେ ଜଣେ ଜୀବନ୍ତ ମହିଳା ନୁହଁନ୍ତି, ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ଦେଶର ପ୍ରଥମ ମହିଳା ରୋବୋଟ ମହାକାଶଚାରୀ । ଯାହାର ନାଁ ହେଉଛି ବ୍ୟୋମମିତ୍ରା ।

ଏହା ଏକ ମହିଳା ରୋବୋଟ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତିନୋଟି ପର୍ୟ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମହିଳା ରୋବଟ ନା ରହିଛି ବ୍ୟୋମମିତ୍ର । ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ପରୀକ୍ଷଣ କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି କରୋନା ପାଇଁ ମିଶନରେ ବିଳମ୍ବ ହୋଇଛି । ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ । ପ୍ରଥମ ଡମି ଟେଷ୍ଟ ପରେ ମହିଳା ରୋବୋଟ ପଠାଯିବ ।

Get real time updates directly on you device, subscribe now.