fbpx

ମାଛ ପେଟରୁ ମିଳିଲା ମଦ ବୋତଲ, ଭାଇରାଲ୍ ହେଲା ଭିଡିଓ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଅଜବ ଆଉ ଆଶ୍ଚର୍ଯ୍ୟ ଘଟଣା ଅନେକ ଘଟୁଛି । କିନ୍ତୁ ମାଛ ମଦ ପିଉଛି କହିଲେ ସହଜରେ ବିଶ୍ୱାସ ହେବନି । ବାସ୍ତବରେ ମାଛ ମଦ ପିଉ କି ନ ପିଉ, ତା ପେଟରୁ ମିଳିଛି ମଦ ବୋତଲ । ଏହାକୁ ନେଇ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ ଏକ ମାଛଧରାଳି ମାଛ ଧରୁଥିବାବେଳେ ଏମିତି ଏକ ମାଛ ଧରିଥିଲେ, ଯାହାର ପେଟରୁ ମିଳିଥିଲା ହ୍ୱିସ୍କିର ଏକ ବୋତଲ । ଏଭଳି ବୋତଲ ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ମାଛ ପେଟରୁ ଠିପି ବନ୍ଦ ହୋଇଥିବା ଏକ ହ୍ୱିସ୍କି ବୋତଲ ମିଳୁଛି । ମାଛ ଧରାଳି ଜଣଙ୍କ ଏକ ଟେବୁଲ୍ ଉପରେ ମାଛ ରଖି କାଟିବା ଆରମ୍ଭ କରୁଛନ୍ତି ଆଉ ଯେମିତି ମାଛର ପେଟ ଚିରିଛନ୍ତି ସେଥିରେ ବନ୍ଦ ଠିପି ଥିବା ଏକ ମଦ ବୋତଲ ବାହାରୁଛି । ଘଟଣାଟି କେତେ ସତ ତାହା ତ ଅଲଗା, କିନ୍ତୁ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ଖୁବ୍ କୌତୁହଳ ମଧ୍ୟ ସୃଷ୍ଟି କରିବାକୁ ଭିଡିଓଟି ଯଥେଷ୍ଟ ।

Get real time updates directly on you device, subscribe now.