Oh My God! ‘ସରକଟା କୁମ୍ଭୀର’ସହ ଆସିଲେ ପରଦେଶୀ ବାବୁ: ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କର ମାହୋଲ

ଦିଲ୍ଲୀ ଏୟାରପୋର୍ଟରେ କୁମ୍ଭୀରର କଟା ମୁଣ୍ଡ: ପରଦେଶୀଙ୍କ କାରନାମାରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଦେଖାଦେଇଛି ‘ସରକଟା କୁମ୍ଭୀର’ର ଆତଙ୍କ । କୁମ୍ଭୀରର କଟା ମୁଣ୍ଡ ଧରି ବିମାନ ବନ୍ଦରରେ ଓହ୍ଲାଇଛନ୍ତି ଜଣେ ବିଦେଶୀ ନାଗରିକ । ଯାହାକୁ ନେଇ ଏୟାରପୋର୍ଟରେ ଭୟ ଖେଳିଯାଇଛି ।

ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମ ଏୟାରପୋର୍ଟରେ କାନାଡ଼ାର ଜଣେ ନାଗରିକ ଓହ୍ଲାଇଥିଲେ । କିନ୍ତୁ କଷ୍ଟମ ଅଧିକାରୀଙ୍କ ଯାଞ୍ଚ କରିବାରୁ ବିଦେଶୀଙ୍କ ପାଖରେ ଏକ କୁମ୍ଭୀରର କଟା ମୁଣ୍ଡ ଦେଖାଯାଇଛି ।

କିଣା ହୋଇଥିଲା କୁମ୍ଭୀର ମୁଣ୍ଡ: ବିମାନରୁ ଓହ୍ଲାଇବା ପରେ ଏହି ବ୍ୟକ୍ତିଙ୍କ ବ୍ୟାଗରୁ କୁମ୍ଭୀରର କଟାମୁଣ୍ଡ ପାଇଛନ୍ତି ଅଧିକାରୀ । ତେବେ ବ୍ୟକ୍ତି ଜଣକ ଏହାକୁ ଥାଇଲାଣ୍ଡରୁ କିଣି ଆଣିଥିବା ଦାବି କରିଛନ୍ତି ।

ସେ କୌଣସି କୁମ୍ଭୀରକୁ ମାରି ନଥିବା କିମ୍ବା ଶିକାର କରି ନଥିବା ଦାବି କରିଛନ୍ତି । ଥାଇଲାଣ୍ଡରେ କୁମ୍ଭୀରକୁ ଖୁବ ଆନନ୍ଦର ସହ ଖାଇଥାନ୍ତି ଲୋକେ । କିନ୍ତୁ ଭାରତରେ କୌଣସି ବନ୍ୟଜନ୍ତୁ ଶିକାର କରିବା ଉପରେ କଟକଣା ଲାଗୁ ହୋଇଛି ।

ବନ ବିଭାଗ ହାତରେ କଟା ମୁଣ୍ଡ: ବ୍ୟକ୍ତିଙ୍କ ପାଖରୁ କୁମ୍ଭୀରର ମୁଣ୍ଡ ମିଳିବା ପରେ ଏୟାରପୋର୍ଟ ଅଧିକାରୀ ବନ ବିଭାଗକୁ ଆଲର୍ଟ କରାଇଛନ୍ତି । ଡେପୁଟୀ ରେଞ୍ଜ ଅଫିସର (ୱେଷ୍ଟ) ରାଜେଶ ଟଣ୍ଡନଙ୍କ ନେତୃତ୍ୱରେ ବନ୍ୟ ଏବଂ ବନ୍ୟଜୀବ ବିଭାଗର ଏକ ଟିମ୍ ଏହି ମାମଲାର ଯାଞ୍ଚ କରୁଛି । ତେବେ ବିଦେଶୀ ନାଗରିକଙ୍କ ପାଖରୁ ଜବତ କରିଛି ବନ ବିଭାଗ ।