fbpx

ସାଙ୍ଗର ୧୪ ବର୍ଷୀୟା ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରୁଥୁଲା ସାଙ୍ଗ

ଓଡିଶା ଭାସ୍କର; ସାଙ୍ଗର ୧୪ ବର୍ଷୀୟା ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରୁଥୁଲା ସାଙ୍ଗ । ଏଘଟଣା ବିଷୟରେ ଜାଣିବା ପରେ କେହି ବୋଧ ହୁଏ ଆଉ ତା ସାଙ୍ଗ ଉପରେ ବିଶ୍ୱାସ, ଭରସା ରଖିବନି । ଏଭଳି ଏକ ଅଭାବନୀୟ ଘଟଣାକୁ ଜାଣିବା ପରେ, ଆପଣ ବି କହିବେ ଜଣେ ସାଙ୍ଗ ହୋଇ ଆଉ ଜଣେ ସାଙ୍ଗ ପିଠିରେ ଏଭଳି କଣ କେବେ ଛୁରା ମାରିପାରେ?

ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ୨୦୨୦ ମସିହାରେ ତାଙ୍କ ପିତାଙ୍କ ଦେହାନ୍ତ ହେବାପରେ ଅଭିଯୁକ୍ତ ନାବାଳିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ସାଙ୍ଗର ଝିଅକୁ ନିଜ ଝିଅ ଭାବେ କହି ଘରକୁ ଆଣି ତାକୁ ମାସ ମାସ ଧରି ଦୁଷ୍କର୍ମ କରୁଥିଲେ ।

ଅଭିଯୋଗ ଅନୁସାରେ, ୨୦୨୦ରୁ ୨୦୨୧ ମଧ୍ୟରେ ଅନେକ ଥର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହେଲେ, ଅଭିଯୁକ୍ତ ଜଣକ ଏସମ୍ପର୍କରେ ପତ୍ନୀଙ୍କୁ ଜଣାଇଥିଲେ। ତେବେ ମହିଳା ଜଣକ ନାବାଳିକାଙ୍କୁ ସାହାଯ୍ୟ କରିବା ବଦଳରେ ନିଜ ସ୍ୱାମୀଙ୍କ ସାଥ୍‌ ଦେଇଥିଲେ ଓ ପୁଅ ହାତରେ ଔଷଧ ମଗାଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ। ସମ୍ପୃକ୍ତ ନାବାଳିକା ଥାନାରେ ଅଭିଯୋଗ କରିବା ପରେ ଏ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଆଉ ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଜଣେ ବଡ଼ ସରକାରୀ ଅଧିକାରୀ । ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବେ ସେ କାର୍ଯ୍ୟରତ ଅଛନ୍ତି ।

ଏନେଇ ଉକ୍ତ ଅଧିକାରୀଙ୍କ ବିରୋଧରେ POCSO ଆଇନ୍‌ ଅନୁଯାୟୀ ପୋଲିସ୍‌ ମାମଲା ରୁଜୁ କରିଛି । ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ସେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବାରେ ଓ ସ୍ୱାମୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ୍‌ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଆସିଥିବା ଏଭଳି ସଙ୍ଗୀନ ଅଭିଯୋଗର ତଦନ୍ତ ଚଳାଇଛି।

Get real time updates directly on you device, subscribe now.