fbpx

(Video) ଉଡ଼ନ୍ତା ବିମାନ ଭିତରେ ଲୁଚିଥିଲା ମହାବଳ ଭାଲୁ: ବିମାନ ଲ୍ୟାଣ୍ଡ୍ ହେବା ମାତ୍ରେ…

ନୂଆଦିଲ୍ଲୀ: ଫ୍ଲାଇଟରେ ଯାତ୍ରୀଙ୍କ ସହ ଦୁବାଇରେ ପହଞ୍ଚିଲା ମହାବଳ ଭାଲୁ । ଭାଲୁକୁ ଦେଖି ଛାନିଆ ହେଲେ ଯାତ୍ରୀ । ଦୁବାଇରୁ ପୁଣିଥରେ ବାଗଦାଦ ଯିବାକୁ ପ୍ରସ୍ତୁତ ହେଉଥିଲା ଫ୍ଲାଇଟ୍ । ହେଲେ ଭାଲୁକୁ ଦେଖି ଉଡାଣ ସମୟରେ ଲାଗିଲା ବ୍ରେକ୍ । ବାସ୍ତବରେ ସେହି ବିମାନର ଭାଲୁ ଅଜାଣତରେ ପଶିନଥିଲେ ବରଂ କାର୍ଗୋ ହୋଲ୍ଡରେ ୨ଟି ଭାଲୁଙ୍କୁ କ୍ରେଟ୍ରେ ବନ୍ଦ କରି ବାଗଦାଦରୁ ଦୁବାଇ ପଠାଯାଉଥିଲା । କିନ୍ତୁ ପ୍ଲେନ୍ ଲ୍ୟାଣ୍ଡ୍ ସମୟରେ ହିଁ ଗୋଟିଏ ଭାଲୁ କ୍ରେଟ୍ ଖୋଲି ପଳାଇଯାଇଥିଲା । ଯେଉଁଥିପାଇଁ ବିମାନଟି ଏକ ଘଣ୍ଟା ବିଳମ୍ଭ ହୋଇଯାଇଥିଲା । ଏହି ଘଟଣା ପାଇଁ ଇରାକ ଏୟାରୱେଜ୍ ସମସ୍ତ ଯାତ୍ରୀଙ୍କୁ କ୍ଷମା ମାଗିଥିବା ଜଣାପଡିଛି ।

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ବାଗଦାଦରୁ ଦୁବାଇରେ ପହଞ୍ଚିଥିବା ଇରାକ ଏୟାରୱେଜ୍ ବିମାନର କାର୍ଗୋ ହୋଲ୍ଡରେ ୨ଟି ବିଲୁପ୍ତ ବିରଳ ଭାଲୁ ମଧ୍ୟ ଥିଲେ । ଯେମିତି ହିଁ ଫ୍ଲାଇଟ୍ ଲ୍ୟାଣ୍ଡ କରିଛି, ସେଥିରୁ ଗୋଟିଏ ଭାଲୁ କ୍ରେଟରୁ ଖସି ପଳାଇଲା । ଭାଲୁ ଖସିଯିବାର ଖବର ଆସିବା ମାତ୍ରେ ସମସ୍ତେ ତାଙ୍କୁ ଖୋଜିବା ଆରମ୍ଭ କଲେ । ସେହି ଛୋଟ ଭାଲୁଟି ଯାଇ ବାହାର ଲାଉଞ୍ଜରେ ପହଞ୍ଚିଲା । ଯେଉଁଠାରେ ସମସ୍ତେ ଦୂରରୁ ତା ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମକୁ ଡକାଯାଇଥିଲା । ଭାଲୁଟିକୁ ବେହୋସ୍ କରି ନିଜ କବଜ୍ଜାକୁ ନେଇଥିଲେ ଅଧିକାରୀ । ଏହି କାରଣରୁ ହିଁ ଫ୍ଲାଇଟକୁ ଦୁବାଇରୁ ବାଗଦାଦକୁ ଫେରିବାରେ ଏକ ଘଣ୍ଟା ବିଳମ୍ବ ହୋଇ ଯାଇଥିଲା । ବିମାନ ଉଡ଼ାଣ ଭରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । ଏହାପରେ ବିମାନଟି ବାଗଦାଦକୁ ପଠାଯାଇଥିଲା ।

ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଇରାକ ଏୟାରୱେଜ୍ ଯାତ୍ରୀମାନଙ୍କୁ କ୍ଷମା ମାଗିଛି । ତେବେ ଉଭୟ ଭାଲୁଙ୍କୁ ବାଗଦାଦରୁ ଦୁବାଇକୁ କାହିଁକି ନିଆଯାଉଥିଲା ଏବଂ ସେଠାରେ ପହଞ୍ଚିବା ପରେ ସେମାନଙ୍କର କଣ ହେଲା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏଥିସହିତ ଇରାକର ପ୍ରଧାନମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କହିଛନ୍ତି ।

Get real time updates directly on you device, subscribe now.