fbpx

ଆଖି ଡୋଳାରେ କଳା ଦାଗ ଥିଲେ ସାବଧାନ! ହୋଇପାରେ କ୍ୟାନ୍ସରର କାରଣ

ଆଖି ଡୋଳାରେ ରହିଛି କି କଳାଦାଗ । ତେବେ ହୋଇଯାଆନ୍ତୁ ସାବଧାନ । କହିବାକୁ ଗଲେ ଆମ ଶରୀରରେ ସବୁଠୁ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ଏହି ଆଖି ଦ୍ୱାରା ଆମେ ପୁରା ସାରା ଦୁନିଆକୁ ଦେଖିପାରୁ । ଥରେ ଭାବନ୍ତୁ, ଯେଉଁମାନଙ୍କର ଆଖି ଥାଇ ବି ସେମାନେ ଏହି ସୁନ୍ଦର ଦୁନିଆକୁ ଦେଖି ପାରୁନାହାନ୍ତି ସେମାନଙ୍କର କେଡେ ବଡ଼ ଦୁର୍ଭାଗ୍ୟ । ଆମର ସୌଭାଗ୍ୟ ଯେ ଆମେ ଏହି ସୁନ୍ଦର ଦୁନିଆକୁ ଦେଖିବାର ସୁଯୋଗ ପାଇଛୁ । ଯେଉଁ ଆଖି ଦ୍ୱାରା ଆମେ ସବୁ କିଛି ଦେଖି ପାରୁଛନ୍ତି,ସେଇଠୁ ସୃଷ୍ଟି ହୋଇପାରେ ଏକ ମାରାତ୍ମକ ରୋଗ ।

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ । କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି । ସମସ୍ତେ ଏହାକୁ ନିଜ ଆଖିରେ ଦେଖୁଥିଲେ ବି ଏହାକୁ ହାଲୁକା ଭାବେ ନେଇଥାନ୍ତି । ବ୍ୟସ୍ତବହୁଳ ଜୀବନ ଭିତରେ ଏହାକୁ ଆଦୌ ଧ୍ୟାନ ମଧ୍ୟ ଦେଇନଥାନ୍ତି । କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ । ଏହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କ୍ୟାନ୍ସର ମଧ୍ୟ ହୋଇପାରେ । ଡାକ୍ତରୀ ଭାଷାରେ ଏହି ଦାଗକୁ ‘ଆଇ ଫ୍ରେକଲ୍?ସ’ ବୋଲି କୁହାଯାଏ । ଯଦି ଆପଣଙ୍କ ଆଖିରେ ଏଭଳି କିଛି ଦାଗ ରହିଛି ତାହେଲେ ଆପଣ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରାନ୍ତୁ । ନଚେତ ଏହା ଆପଣଙ୍କ ପାଇଁ କ୍ୟାନ୍ସରର କାରଣ ପାଲଟି ଯାଇପାରେ ।

ଡୋଳାରେ ଏହି ଦାଗ କାହିଁକି ହୋଇଥାଏ?
ଏହି କଳା ଦାଗ ବା ଆଇ ଫ୍ରେକଲ୍ସ ଅନେକ କାରଣରୁ ହୋଇଥାଏ । ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ । ସେହିପରି କିଛି କିଛି ଆଇ ଫ୍ରେକଲ୍ସ ଦୃଶ୍ୟମାନ ହୁଅନ୍ତି ନାହିଁ । ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରି ପାରନ୍ତି । ଡୋଳାରେ ଦାଗ ହେବାର ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ମଧ୍ୟ ଏପରି ଦାଗ ସୃଷ୍ଟି ହୋଇଥାଏ । ଅନେକ ଜଣକଙ୍କ ଆଖି ଡୋଳାରେ ଜନ୍ମରୁ କଳା ଦାଗ ରହିଥାଏ । ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ ।

ଏହାର ଲକ୍ଷଣ ଜାଣିବେ କେମିତି?
ମହିଳାଙ୍କ କ୍ଷେତ୍ରରେ ଗର୍ଭାବସ୍ଥା ସମୟରେ ଆଖିରେ ଥିବା ଏହି ଦାଗ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ସେହିପରି ଯେଉଁମାନଙ୍କର ଆଖି ନୀଳ ଡାକ୍ତରଙ୍କ କହିବା ମୁତାବକ ସେମାନଙ୍କ ଆଖି ଚେକ୍? କରିବା ପରେ ଏହି ଫ୍ରେକଲ୍ସ ସଂପର୍କରେ ଜଣାପଡ଼େ । ଆଇନା ସାମ୍ନାରେ ଛିଡା ହୋଇ ବି ଏହି ଦାଗକୁ ଆପଣ ଦେଖି ପାରିବେ । ଅଧିକାଂଶ ଆଇ ଫ୍ରେକଲ୍ସ କୌଣସି କ୍ଷତି ପହଞ୍ଚାଇ ନ ଥା’ନ୍ତି କିନ୍ତୁ ଆଖିରେ ଫ୍ରେକଲ୍ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର ହେବାର ଆଶଙ୍କା ମଧ୍ୟ ରହିଛି । ଏଥିଯୋଗୁ ହେଉଥିବା କ୍ୟାନ୍ସରକୁ ‘ମେଲାନୋମା’ ବୋଲି କୁହାଯାଏ ।

Get real time updates directly on you device, subscribe now.