fbpx
BJD SKY
BJD SKY

‘OMG-2’ vs ‘Gadar-2’: ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା, ବକ୍ସ ଅଫିସରେ କିଏ କରିବ ରାଜ୍?

BJD

ମୁମ୍ବାଇ: ଆଜି ଅଗଷ୍ଟ ୧୧ । ସବୁ ସିନେପ୍ରେମୀଙ୍କୁ ଆଜି ଦିନକୁ ଅପେକ୍ଷା ରହିଥିଲା । କାରଣ ଆଜି ଗୋଯିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇ ସୁପରଷ୍ଟାରଙ୍କ ବହୁ ପ୍ରତିକ୍ଷୀତ ସିନେମା । ଗୋଟି ପଟେ ସନ୍ନି ଦେଓଲଙ୍କ ‘ଗଦର ୨’ ରିଲିଜ ହେଉଥିବା ବେଳେ ଅନ୍ୟ ପଟେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ‘ଓଏମଜି ୨’ । ଉଭୟ ଚଳଚ୍ଚିତ୍ରରେ ଏହି ଦୁଇ ସୁପରଷ୍ଟାର ଭିନ୍ନ ଏବଂ ଦମଦାର ଚରିତ୍ରରେ ନଜର ଆସିଛନ୍ତି । ସନ୍ନି ନିଜର ୨୧ ବର୍ଷ ପୁରୁଣା ଅବତାର ତାରା ସିଂହ ଭୂମିକାରେ କମବ୍ୟାକ କରୁଛନ୍ତି ଏବଂ ଅକ୍ଷୟ କୁମାର ଏହି ସିନେମାରେ ମହାଦେବଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ଘରେ ଉଭୟ ସିନେମାକୁ ଲୋକଙ୍କ ଭଲ ପାଇବା ମିଳିଛି ।

ଫିଲ୍ମ କ୍ରିଟିକ୍ସଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଏବଂ ଅଭିନେତାଙ୍କ ନଜର ମଧ୍ୟ ବକ୍ସ ଅଫିସ ଉପରେ ରହିଛି । ଆଜି ବଲିଉଡର ଦୁଇ ସୁପରହିଟ ଚଳଚ୍ଚିତ୍ରର ସିକ୍ୱେଲ ଏକା ଦିନରେ ରିଲିଜ ହେଉଛି । ତେଣୁ କେଉଁ ସିନେମା କାହା ଉପରେ ଭାରୀ ପଡ଼ିବ ତାହାର କଲେକ୍ସନ ଜାଣିବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ପ୍ରାରମ୍ଭରୁ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦମଦାର ଆରମ୍ଭ କରିଛି ‘ଗଦର ୨’ । ଅର୍ଥାତ୍ ବର୍ତ୍ତମାନ ସିନେମା ଘରେ ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ଆଗରେ ତାରା ସିଂହ(ସନ୍ନି ଦେଓଲ) ଖୁବ ଆଗରେ ରହିଛନ୍ତି । ଅକ୍ଷୟ କୁମାର ଅଭିନୀତ ‘ଓଏମଜି ୨’ ଆଡଭାନ୍ସ ବୁକିଙ୍ଗରେ ପ୍ରାୟ ୧ ଲକ୍ଷ ଟିକେଟ ବିକ୍ରି ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୧୦-୧୧ କୋଟି ଇନକମ୍ କରିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେପଟେ ସନ୍ନିଙ୍କ ‘ଗଦର ୨’ ପାଇଁ ୪ ଲକ୍ଷ ପାଖାପାଖି ଆଡଭାନ୍ସ ଟିକେଟ ବୁକିଂ ହୋଇଯାଇଛି । ତେଣୁ ଏହି ରେକର୍ଡ ଅନୁସାରେ, ‘ଗଦର ୨’ ସିନେମାର ପ୍ରଥମ ଦିନର କଲେକ୍ସନ ପ୍ରାୟ ୩୦-୩୫ କୋଟିରେ ପହଞ୍ଚିପାରେ ।

ପାରମ୍ଭିକ ରେକର୍ଡ ଅନୁସାରେ, ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ଅପେକ୍ଷା ସନ୍ନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସରେ ଅନେକ ଗୁଣ ଅଧିକ କଲେକ୍ସନ କରିପାରେ । ‘ଗଦର ୨’ ଚଳଚ୍ଚିତ୍ରରେ ସନ୍ନି ଦେଓଲଙ୍କ ସହିତ ଅମୀଷା ପଟେଲ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେହିପରି ‘ଓଏମଜି ୨’ରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ସହିତ ୟାମୀ ଗୌତମ ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ରହିଛନ୍ତି । ‘ଗଦର ୨’ ରେ ପ୍ରଥମ ସିକ୍ୱେଲର ଆଇକନିକ ଗିତକୁ ପୁଣିଥରେ ରିକ୍ରିଏଟ କରି ସ୍ଥାନ ଦିଆଯାଇଥିବା ବେଳେ ‘ଓଏମଜି ୨’ରେ ମହାଦେବଙ୍କ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ କୁମାର । ପ୍ରଥମ ସିକ୍ୱେଲରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିଲେ ।

Get real time updates directly on you device, subscribe now.