fbpx

କୂଅରୁ ଉଦ୍ଧାର ହେଲା ଯୁକ୍ତ ଦୁଇ ଛାତ୍ରୀଙ୍କ ଶବ, ସ୍କୁଲ ଶିକ୍ଷକଙ୍କ ଦ୍ୱାରା ବଳତ୍କାର ଅଭିଯୋଗ

ଜୟୀପୁର: ରାଜସ୍ଥାନରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଶବ କୂଅରୁ ଉଦ୍ଧାର କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଶିକ୍ଷକଙ୍କ ଉପରେ ବଳତ୍କାର ଅଭିଯୋଗ ଲଗାଯାଇଛି । ପୋଲିସ ସୂଚନା ଅନୁଯାୟୀ, ଶିକ୍ଷକ ଜଣକ ବଳତ୍କାର ପରେ ଝିଅକୁ ହତ୍ୟାକରି କୂଅରେ ପକାଇଦେଇଛି ବୋଲି ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏହି ମାମଲାଟି ବୋନି ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି । ଏହି ୧୬ ବର୍ଷୀୟ ନାବାଳିକାଟି ଅଗଷ୍ଟ ୮ରେ ନିଖୋଜ ଥିଲା । ତେବେ ଅନେକ ଖୋଜାଖୋଜି ପରେ ଗୁରୁବାର ଦିନ ଝିଅର ଶବ ଏକ କୂଅରୁ ଉଦ୍ଧାର କରାଯାଇଛି । ଯେଉଁ ବିଦ୍ୟାଳୟରେ ସେ ପଢୁଥିଲେ, ସେହି ବିଦ୍ୟାଳୟର ରାମରତନ ମୀନା ନାମକ ଜଣେ ଶିକ୍ଷକଙ୍କ ବିରୋଧରେ ମୃତକଙ୍କ ବାପା ବଳତ୍କାରର ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ନାବାଳିକାଙ୍କ ସଂପର୍କୀୟ ତଥା ସ୍ଥାନୀୟ ଗ୍ରାମବାସୀ ଗୁରୁବାର ଦିନ ମୃତଦେହକୁ ସ୍କୁଲ ଖେଳପଡିଆରେ ରଖି ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କର ଦାବି ଥିଲା ଯେ, ସ୍କୁଲ ଷ୍ଟାଫଙ୍କୁ ପଚରା ଉଚରା କରାଯାଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ସହ ଝିଅ ପରିବାରକୁ କ୍ଷତିପୂରଣ ଦିଆଯାଉ ।

ଏପରି ବିରୋଧ ଯୋଗୁଁ ମୃତଦେହକୁ ଏପର୍ଯ୍ୟନ୍ତ ପୋଷ୍ଟ ମର୍ଟମ କରାଯାଇନାହିଁ । ଅଭିଯୁକ୍ତ ଶିକ୍ଷକ ରାମରତନ ମୀନାଙ୍କୁ ପୋଲିସ ପଚାରାଉଚରା କରୁଛି । ତାଙ୍କୁ ସ୍କୁଲରୁ ନିଲମ୍ବିତ କରାଯାଇଛି ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.