fbpx

ପୃଥିବୀ ଆଡକୁ ମାଡ଼ ଆସୁଛି ବିରାଟକାୟ ଆଷ୍ଟରଏଡ୍, ଆକାରରେ …

ନୂଆଦିଲ୍ଳୀ: ପୃଥିବୀ ଆଡକୁ ମାଡ଼ ଆସୁଛି ଏକ ବିରାଟକାୟ ଆଷ୍ଟରଏଡ୍ । ଏନେଇ ନାସା(NASA) ମଧ୍ୟ ସତର୍କତା ଜାରି କରିଛି । ଏହି ଉଲକା ଏକ ବିରାଟ ଏରୋପ୍ଲେନଠାରୁ ମଧ୍ୟ ଆକାରରେ ବଡ଼ ବୋଲି କୁହାଯାଉଛି । ତେବେ ଏହି ଉଲକା ଆଜି ପୃଥିିବୀର ସବୁଠୁ ନିକଟତର ହେବ ।

ଏହି ଆଷ୍ଟରଏଡର ନାଁ NEO 2022 QP3 ରଖାଯାଇଛି । ଏହି ଆଷ୍ଟରଏଡ ୨୯ ଅଗଷ୍ଟ ୩:୨୫ ଏଏମରେ ଏହି ୧୦୦ ଫୁଟର ଆଷ୍ଟରଏଡ ଗତି କରିବ । ନାସାର ସେଣ୍ଟର ଫର୍ ନିୟର ଆର୍ଥ ଅବଜେକ୍ଟ ଷ୍ଟଡି(CNEOS) ନିଶ୍ଚିତ କରିଛି ଯେ ଏହି ଆଷ୍ଟରଏଡ ୭.୯୩ କିମି ପ୍ରତି ସେକେଣ୍ଡରେ ଗତି କରୁଛି । ଆମେରିକା ସ୍ପେସ ଏଜେନ୍ସୀ ତଥ୍ୟ ଅନୂଯାୟୀ, ପୃଥିବୀର ଅତି ନିକଟତର ହେଉଥିବାରୁ ଏହାକୁ ଏକ ସମ୍ଭାବ୍ୟ ବିପଜ୍ଜନକ ବସ୍ତୁ ଭାବରେ ନାମିତ କରାଯାଇଛି ।

ଆଷ୍ଟରଏଡ ହେଉଛି ମହାକାଶରେ ଘୂରିବୁଲିଥିବା ପଥର ଖଣ୍ଡ । ଯାହା ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ସୌରମଣ୍ଡଳ ଗଠନ ସମୟରେ ହୋଇଥିଲା । ଏବଂ ଏହା ମହକାଶରେ ଘୂରି ବୁଲୁଥାନ୍ତି, ତେବେ ଅନେକ ସମୟରେ ଏହା ପୃଥିବୀ ତଥା ଅନ୍ୟ ଗ୍ରହ ମାନଙ୍କର ଅତି ନିକଟ ଦେଇ ଗତି କରିଥାନ୍ତି କିମ୍ବା ଗ୍ରହ ସହ ଧକ୍କା ମଧ୍ୟ ହୋଇଥାନ୍ତି ।

Get real time updates directly on you device, subscribe now.