fbpx

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ଏନକାଉଣ୍ଟର

Advertisement

ନୂଆଦିଲ୍ଲୀ: ପୁଣି ଆତଙ୍କୀ ଆକ୍ରମଣରେ ଭାରତର ସୁରକ୍ଷାକର୍ମୀ ଆଣିଛନ୍ତି ଏକ ବଡ ସଫଳତା । ଏଥର ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ମାରି ଦେଶର ଆଉ ଏକ ଶତ୍ରୁକୁ ବିନାଶ କରିଛନ୍ତି ଭାରତୀୟ ଯବାନ । ତେବେ ଦୀର୍ଘ ଦିନର ଲୁଚକାଳି ଖେଳ ପରେ ସୁରକ୍ଷାକର୍ମୀଙ୍କ ହାତରେ ଢେର ହୋଇଛି ସଂଗଠନର ଏକ ଟପ କମାଣ୍ଡର ମହମ୍ମଦ ୟୁସୁଫ ଔରଫ କାନ୍ତରୁ । ଏହି ଆତଙ୍କବାଦୀ ନାଁରେ କମ ସେ କମ ୧୪ ବା ଅଧିକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅନେକ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ମହମ୍ମଦ ୟୁସୁଫ ଦୀର୍ଘ ଦିନରୁ ସୁରକ୍ଷାକର୍ମୀଙ୍କ ହିଟ ଲିଷ୍ଟରେ ସାମିଲ ଥିଲା । କେବଳ ସେତିକି ନୁହେଁ, ମାର୍ଚ୍ଚରେ ମହମ୍ମଦ ସମୀର ମଲ୍ଲା ନାମକ ଜଣେ ଯବାନଙ୍କ ଅପହରଣ ସହିତ ହତ୍ୟା ଅଭିଯୋଗରେ ମଧ୍ୟ ସେ ସାମିଲ ରହିଛି । ଯବାନଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅତ୍ୟାଚାର କରିବା ପରେ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏଭଳି ଜଣେ ନୃସଂସ ଆତଙ୍କବାଦୀ ବଡଗାମ ଅଞ୍ଚଳରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ପ୍ରସ୍ତୁତ ହୋଇ ଯାଇଥିଲେ ।

ତେବେ ଯବାନଙ୍କୁ ଦେଖି ତାଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା କାନ୍ତରୁ । କିନ୍ତୁ ଯବାନଙ୍କ ପାଲଟା ଆକ୍ରମଣରେ ସଂଗଠନର ଟପ କମାଣ୍ଡର ନିହତ ହୋଇଛି । ଏହାପରେ ମଧ୍ୟ ଆଉ ୩ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରି ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.