ଇଏ କେମିତିକା ଶିବ ଭକ୍ତ, ପାଣି ବଦଳରେ ଶିବ ଲିଙ୍ଗରେ ରକ୍ତ ଢ଼ାଳିବାକୁ ଚାହୁଁଥିଲେ କାଉଁଡ଼ିଆ!

ପାଣି ଭାର ନେଇ ଯିବା ସମୟରେ ରାସ୍ତାରେ ନିଜ ତଣ୍ଟି କାଟିଦେଲେ କାଉଁଡ଼ିଆ।

ହରିଦ୍ୱାର: ଏବେ ଚାଲିଛି ଶ୍ରାବଣ ମାସ। ତେଣୁ ସବୁ ଶିବ ମନ୍ଦିରରେ ସୋମବାରରେ ଲାଗୁଛି କାଉଁଡ଼ିଆଙ୍କ ଭିଡ଼। ଆଉ ଏହାରି ଭିତରେ ହରିଦ୍ୱାରର ଜ୍ୱାଲାପୁରରେ କାଉଁଡ଼ିଆ ଯାତ୍ରା ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।

ଜଣେ ଶିବ ଭକ୍ତ ଛୁରୀରେ ନିଜ ଗଳା କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ରୋହତକର ବାସିନ୍ଦା ୨୩ ବର୍ଷୀୟ ପ୍ରବୀଣ କୁମାର ଲାଲ ଦିନ ଦ୍ୱିପ୍ରହରରେ ଛୁରୀରେ ନିଜ ତଣ୍ଟି କାଟିଦେଇଥିଲେ।

ଘଟଣାସ୍ଥଳରେ ପୋଲିସ: ଏ ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ଯୁବକକୁ ଉଦ୍ଧାର କରିଥିଲା। ପୋଲିସର କହିବା କଥା, ଜ୍ୱାଲାପୁରର ଜୁର୍ସ କଣ୍ଟ୍ରି ବିଚ୍ ଛକର  କାଉଁଡ଼ିଆ ଯାତ୍ରା ସମୟରେ ସେ ତାଙ୍କ ଗଳା କାଟି ଦେଇଥିଲେ।

ଶିବ ଭକ୍ତମାନେ ତାଙ୍କୁ ଆହତ ଅବସ୍ଥାରେ ସାହାଯ୍ୟ କରିଥିଲେ। ତୁରନ୍ତ ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

 ଆତ୍ମହତ୍ୟାର କାରଣ: ଆହତ କାଉଁଡ଼ିଆ ପ୍ରବୀଣଙ୍କୁ  ଆମ୍ବୁଲାନ୍ସ ସେବା ଦ୍ୱାରା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କ ତଣ୍ଟିରେ ଅନେକ ଷ୍ଟିଚ୍ ପକାଇଛନ୍ତି।

ସେହି ସମୟରେ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି। ପୋଲିସ ଟିମ୍ ଆତ୍ମହତ୍ୟା ପ୍ରୟାସ ପଛର କାରଣ ଖୋଜୁଛି, ଯାହା ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।