fbpx

ଦେଶରେ ବହୁ ସଂଖ୍ୟାରେ ସୃଷ୍ଟି ହେବ ରୋଜଗାର ସୁଯୋଗ, ଆଉ ଏକ ନୂଆ ସେକ୍ଟରରେ ଏଣ୍ଟ୍ରୀ କଲେ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇସେସ୍‌ର ମାଲିକାନା ବିଶିଷ୍ଟ କମ୍ପାନୀ କଚ୍ଛ କପର ଗୁଜରାଟ ମୁନ୍ଦ୍ରାରେ ଏକ ନୂଆ କାରଖାନାର ଶୁଭାରମ୍ଭ କରିଛନ୍ତି । ଆଦାନୀଙ୍କ କମ୍ପାନୀ ନିଜର ଗ୍ରୀନଫିଲ୍ଡ କପର ରିଫାଇନାରୀ ପ୍ରୋଜେକ୍ଟର ପ୍ରଥମ ୟୁନିଟ୍‌ର ଶୁଭାରମ୍ଭ କରିଛନ୍ତି । ଏହାର ଆରମ୍ଭ ସହିତ ଆଦାନୀ କମ୍ପାନୀ ପ୍ରଥମ ଥର ପାଇଁ ମେଟାଲ ସେକ୍ଟରରେ ନିଜ କାରବାର ଆରମ୍ଭ କରିଛି ।

ତେବେ ଏଥିପାଇଁ ଆଦାନୀ ଗ୍ରୁପ୍ ପ୍ରଥମ ପର୍ଯ୍ୟାୟରେ ୦.୫ ଏମଟିପିଏ କ୍ଷମତା ବିଶିଷ୍ଟ ତମ୍ବା ସ୍ମେଲ୍ଟର ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୧.୨ ବିଲିୟନ ଡଲାର ନିବେଶ କରୁଛି । ଏହା ସହିତ ଏହି କମ୍ପାନୀ ୧ ଏମଟିପିଏ ସହିତ ବିଶ୍ୱର ସବୁଠାରୁ ବଡ ସିଙ୍ଗଲ ପ୍ଲେସ୍ କଷ୍ଟମ ସ୍ମେଲ୍ଟର ପାଲଟିଯିବ । ଏହାଦ୍ୱାରା ଦେଶରେ ପ୍ରତ୍ୟକ୍ଷ ଭାବରେ ୨,୦୦୦ ଓ ପରୋକ୍ଷ ଭାବରେ ୫,୦୦୦ ରୋଜଗାର ସୁଯୋଗ ସୃଷ୍ଟିହେବ ।

ଗୌତମ ଆଦାନୀ କହିଛନ୍ତି କଚ୍ଛ କପରର ଶୁଭାରମ୍ଭ ସହିତ କମ୍ପାନୀ କେବଳ ମେଟାଲ ସେକ୍ଟରରେ ପ୍ରବେଶ କରିବ ନାହିଁ ବରଂ ସ୍ଥାୟୀ ଓ ଆତ୍ମନିର୍ଭର ଭବିଷ୍ୟ ଆଡକୁ ଭାରତର ଗତିକୁ ଅଧିକ ତ୍ୱରାନ୍ୱିତ କରିବ । ଏହି କଚ୍ଛ କପର ଟ୍ୟୁବସ୍ ଲିମିଟେଡ୍‌ର ପ୍ରତିଷ୍ଠା ପରେ ଏସି ଓ ରେଫ୍ରିଜରେସନ କ୍ଷେତ୍ରରେ ଟ୍ୟୁବର ଆବଶ୍ୟକତା ପୂରଣ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି ଭାରତ ତମ୍ବା (କପର) ଉତ୍ପାଦନ କ୍ଷେତ୍ରରେ ନିଜର କ୍ଷମତାକୁ ବୃଦ୍ଧି କରିବା ପାଇଁ ଚୀନ୍ ଓ ଅନ୍ୟ ଦେଶ ସହ ନିଜକୁ ସାମିଲ କରିଛି । ଏକ ଅନୁମାନରୁ ଜଣାଯାଇଛି ଭାରତରେ ତମ୍ବାର ଉତ୍ପାଦନ ୨୦୨୪ରେ ୨ ମିଲିୟନ ଟନ୍ ପର୍ଯ୍ୟନ୍ତ ବଢିଯାଇପାରେ ଯାହା ଏବେ ୧.୩ ମିଲିୟନ ଟନ୍ ରହିଛି ।

Get real time updates directly on you device, subscribe now.