fbpx

ରାଜନୀତିରେ ପାଦ ଥାପିବେ ‘ମାତା ଜାନକୀ’! କ୍ରୀତି ଲଢିବେ କି ନିର୍ବାଚନ? ଗୋବିନ୍ଦା ହେବେ ଆଦର୍ଶ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଅନେକ ଅଭିନେତା-ଅଭିନେତ୍ରୀ ରାଜନୀତି ଜଗତରେ ପାଦ ଥାପିଛନ୍ତି । ବଲିଉଡ ସିନେମାର ଅନେକ କଳାକାର ନିର୍ବାଚନ ଲଢିବା ପାଇଁ ଟିକେଟ ମଧ୍ୟ ପାଇଛନ୍ତି । ଏହାଭିତରେ ବଲିଉଡର ‘ଆଦିପୁରୁଷ’ ଫେମ୍ ଅଭିନେତ୍ରୀ କ୍ରୀତି ସାନନ୍ ମଧ୍ୟ ନିର୍ବାଚନରେ ଲଢିବା ନେଇ ଆଲୋଚନା ହେଉଛି । ବଲିଉଡର ଅନେକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିବା କ୍ରୀତି ପ୍ରଭାସଙ୍କ ସହ ‘ଆଦିପୁରୁଷ’ରେ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ହିନ୍ଦୀ ସିନେମାର ସୁପରଷ୍ଟାର ଗୋବିନ୍ଦାଙ୍କ ଚଲାପଥକୁ ଅନୁସରଣ କରି କ୍ରୀତି ରାଜନୀତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିକଟରେ ଅରୁଣ ଗୋଭିଲ, କଙ୍ଗନା ରାଣାୱତ, ରଚନା ବାନାର୍ଜୀଙ୍କ ସମେତ ଅନେକ କଳାକାର ରାଜନୀତିକୁ ଓହ୍ଲାଇଛନ୍ତି । ଏହାସହିତ ସୁପରଷ୍ଟାର ଗୋବିନ୍ଦା ମଧ୍ୟ ପୁଣିଥରେ ରାଜନୀତିକୁ କମବ୍ୟାକ କରିଛନ୍ତି । ତେଣୁ ଆଗାମୀ ଦିନରେ କ୍ରୀତି ସାନନ୍ ମଧ୍ୟ ଏହି ତାଲିକାରେ ସାମିଲ ହେବା ସହ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏ ନେଇ କ୍ରୀତିଙ୍କୁ ଏକ ଇଭେଣ୍ଟରେ ପ୍ରଶ୍ନ କରାଯାଇଥିଲା, ଆପଣ କ’ଣ ଗୋବିନ୍ଦାଙ୍କ ପଥ ଅନୁସରଣ କରି ରାଜନୀତିରେ ପାଦ ଥାପିବେ? ଏହାର ଉତ୍ତରରେ କ୍ରୀତି କହିଛନ୍ତି ଯେ, ମୁଁ ଏ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଚିନ୍ତା କରିନାହିଁ । ଯଦି କେବେ ମୋତେ ଅନୁଭବ ହୁଏ ଯେ ମୁଁ କିଛି ଅଲଗା କରିବାକୁ ଚାହୁଁଛି, ତେବେ ରାଜନୀତିରେ ଡେବ୍ୟୁ କରିପାରେ ।

ଏହାପରେ ସେ କହିଛନ୍ତି ଯେ, ମଣିଷକୁ ବିଭିନ୍ନ ସମୟରେ ଗିଅର ପରିବର୍ତ୍ତନ କରିବାକୁ ପଡ଼େ ଏବଂ କେବେ କିଛି କରି ନଥିବା କାମ କରିବା ପାଇଁ ଚାଲେଞ୍ଜ ଦେବାକୁ ପଡ଼େ । ତେବେ କ୍ରୀତିଙ୍କ ଏହି ଉତ୍ତରରୁ ଜଣାଯାଉଛି ଯେ, ସେ ୨୦୨୪ ନିର୍ବାଚନରେ ରାଜନୀତିକୁ ଆସୁ ନାହାନ୍ତି । କିନ୍ତୁ ଆଗାମୀ ଭବିଷ୍ୟତରେ ରାଜନୀତିକୁ ଆସିବାର ସମ୍ଭାବନା ମଧ୍ୟ ରହିଛି । ତେବେ ଚଳିତବର୍ଷ ନିର୍ବାଚନ ପାଇଁ ବଲିଉଡ ‘କୁଇନ୍’ କଙ୍ଗନା ମଣ୍ଡିରୁ ବିଜେପି ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ‘ରାମାୟଣ’ର ରାମ(ଅରୁଣ ଗୋଭିଲ)ଙ୍କୁ ମଧ୍ୟ ମେରଠ ଆସନରୁ ନିର୍ବାଚନ ଲଢିବାକୁ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ଏହାବ୍ୟତୀତ ଗୋବିନ୍ଦା ଏହି ନିର୍ବାଚନରେ ଗୋବିନ୍ଦା ଏକନାଥ ଶିନ୍ଦେଙ୍କ ପାର୍ଟିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଲାଗିରହିଛି ।

Get real time updates directly on you device, subscribe now.