fbpx

ବିଜେପି ଛାଡିଲେ ନୀଳଗିରି ବିଧାୟକ, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ନିଜର ଇସ୍ତଫାପତ୍ର । ତେବେ ସେ ବିଜେଡିରେ ଯୋଗ ଦେବା ନେଇ ଏବେ ଚର୍ଚ୍ଚା ହେଉଛି । ୨୦୧୯ରେ ସେ ବିଜେପି ଟିକେଟରେ ଲଢି ନୀଳଗିରି ବିଧାୟକ ହୋଇଥିଲେ ।

ସୁକାନ୍ତ କୁମାର ନାୟକ ପ୍ରଥମେ ବିଜେଡିରେ ଥିଲେ । ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଓ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେ ଏ ବିଷୟରେ କିଛି ସ୍ପଷ୍ଟ କରି ନାହାନ୍ତି । ସେ କାହିଁକି ବିଜେପି ଛାଡିଲେ ସେ ନେଇ ମଧ୍ୟ କିଛି କହିନାହାନ୍ତି ।

Get real time updates directly on you device, subscribe now.