(ଭିଡ଼ିଓ) ପରିସ୍ରା କରୁ କରୁ ହଠାତ ସାମ୍ନାକୁ ଆସିଗଲା ସିଂହ, ତା’ପରେ…

ମଣିଷ ଏବଂ ସିଂହ ହୋଇଗଲେ ମୁହାଁମୁହିଁ

ଓଡିଶା ଭାସ୍କର: ପରିସ୍ରା କରିବାକୁ ବାହାରକୁ ଯିବାବେଳେ ସମ୍ନାସାମ୍ନି ହୋଇଗଲେ ସିଂହ ଏବଂ ମଣିଷ। ତା’ପରେ ଯାହା ଘଟିଲା ତାକୁ ଶୁଣିଲା ପରେ ଆପଣଙ୍କର ମଧ୍ୟ ଛାତି ଥରିଉଠିବ।

 

View this post on Instagram

 

A post shared by Kamal Nasit (@nasitkamal)

ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ଲୋକ ମଧ୍ୟରାତ୍ରିର ନୀରବତାରେ ପରିସ୍ରା କରିବାକୁ ବାହାରକୁ ଯାଉଛି, ଠିକ୍ ସମୟରେ ଏକ ସିଂହ ସହିତ ତାର ସମ୍ନାସାମ୍ନି ହୋଇଯାଉଛି।

ଏହା ପରେ, ଲୋକଟି ଭୟଭୀତ ହୋଇ ସିଂହକୁ ଘଉଡ଼ାଇବା ପାଇଁ ଚିତ୍କାର କରି ଭିତରକୁ ଦୌଡ଼ି ପଳାଉଛି। ସିଂହ ମଧ୍ୟ ଚିତ୍କାର ଶୁଣି ଦୌଡ଼ି ପଳାଉଛି।

ଏହି ଭିଡିଓକୁ କମଲ ନାସିତ ତାଙ୍କ ଆକାଉଣ୍ଟ @nasitkamal ରୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାକୁ ଗୋଟିଏ ଦିନ ମଧ୍ୟରେ 46 ଲକ୍ଷ ଭ୍ୟୁ ମିଳିଛି। କମଲ କ୍ୟାପସନରେ ଏହା ମଧ୍ୟ ଲେଖିଛନ୍ତି, “ମଣିଷ ଏବଂ ସିଂହ ମୁହାଁମୁହିଁ”। ଏହାକୁ ଦେଖି ବହୁତ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି।