ପୁରୀରେ ଜଣେ ବ୍ୟକ୍ତିଙ୍କୁ Bird Flu ! କୁକୁଡ଼ା ଦେହରୁ ମଣିଷକୁ ବ୍ୟାପୁଛି କି ଭାଇରସ୍? ଚାଲିଛି ପରୀକ୍ଷା

ପୁରୀ: ପୁରୀ ଜିଲ୍ଲାରେ ଏବେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ଭୟ ଦେଖାଦେଇଛି । ପିପିଲି ଏବଂ ସତ୍ୟବାଦୀରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ଏହି ଭାଇରସ୍ କୁକୁଡ଼ା ଦେହରୁ ମଣିଷକୁ ବ୍ୟାପୁଥିବା ନେଇ ଆଶଙ୍କା କରାଯାଉଛି । ପୁରୀ ଜିଲ୍ଲା ମଙ୍ଗଳପୁରର ଜଣେ ବ୍ୟକ୍ତି ବାର୍ହ ଫୁଲରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏହି ବ୍ୟକ୍ତିଙ୍କୁ କାଶ ସହ ଜ୍ୱର ହୋଇଥିବାରୁ ସେ ବାର୍ଡ ଫ୍ଲୁ ଭାଇରସରେ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା ଜାହିର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା RMRCକୁ ପଠାଯାଇଛି । ସେଠାରେ ପରୀକ୍ଷଣ ଜାରି ରହିଛି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ । ଏହାପରେ ସମ୍ପୃକ୍ତ ବ୍ୟକ୍ତିଜଣକ ବାର୍ଡ ଫ୍ଲ’ରେ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିବ ।