fbpx

(Video) ରାବଣ ପୋଡ଼ିରେ ଘଟିଲା ବଡ଼ ଅଘଟଣ: ବାଣ ଛିଟିକି ପଡ଼ିବାରୁ ଜଳିଗଲେ ଯୁବକ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ଙ୍କର ଆଗମନରେ ସାରା ରାଜ୍ୟ ଆଜି ତୋରଣ ଓ ରଙ୍ଗୀନ ଆଲୋକରେ ଚମକୁଛି । ଜନସାଧାରଣ ବିଭିନ୍ନ ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିବା ସହ ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରୁଛନ୍ତି । ତେବେ ଏହା ମଧ୍ୟରେ ଆଜି ବିଜୟାଦଶମୀ ଅବସରରେ ରାଜଧାନୀର କେବଳ ୧୦ଟି ସ୍ଥାନରେ ରାବଣ ପୋଡ଼ି ହେବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ରାବଣ ପୋଡ଼ି ଅବସରରେ ଆଜି ଘଟିଯାଇଛି ଏକ ବଡ଼ ଅଘଟଣ । ଏହି ଅଘଟଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ମୁତାବକ, ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ରାବଣ ଦହନ ଚାଲିଥିବା ବେଳେ ଆତସବାଜୀ ପ୍ରଦର୍ଶନ ସମୟରେ ଘଟିଥିଲା ଏକ ବଡ଼ ଅଘଟଣ । ରାବଣ ଦେହରେ ବାଣ ଲଗା ଯାଉଥିବା ସମୟରେ ଜଣେ ଯୁବକ ଜଳିଯାଇଥିଲେ । ରାବଣ ପୋଡ଼ି ପାଇଁ ଗାଁର ଲୋକମାନେ ଏକତ୍ର ହୋଇ ଏହି ଉତ୍ସବକୁ ଉପଭୋଗ କରୁଥିଲେ । ମାତ୍ର ଏଭଳି ଏକ ଖୁସିର ମାହୋଲ ଯେ ବିପଦକୁ ଡାକି ଆଣିବ ତାହା କେହି କେବେ କଳ୍ପନା କରିନଥିଲେ । ସେକ୍ଟର ୧୩ ମେଲଣ ପଡ଼ିଆରେ ରାବଣ ପୋଡ଼ି ଦେଖିବାକୁ ହଜାର ହଜାର ଲୋକଙ୍କର ସମାଗମ ଘଟିଥିଲା । ରାବଣ ଦେହରୁ ବାଣି ଛିଟି ପଡ଼ି ଜଣେ ଯୁବକଙ୍କ ଉପରେ ପଡ଼ିଥିଲା । ଏହି ଘଟଣାରେ ଆହତ ଯୁବକଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଅଘଟଣ ଆଜି ଏକ ଖୁସିର ମାହୋଲରେ ଦୁଃଖ ଭରିଦେଇଛି । ଆଜିର ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଜିଲ୍ଲା ଏସପି, ଏଡିଏମ, ସବ-କଲେକ୍ଟରଙ୍କ ସହିତ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଗୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.