ଆରେ ଆରେ ଏ କ’ଣ ହେଉଛି, ଦୁଇ ମେଟ୍ରୋ କୋଚ୍ ମଝିରେ ବସି ପରିସ୍ରା କରୁଛନ୍ତି ବ୍ୟକ୍ତି, ଭିଡ଼ିଓ ଭାଇରାଲ୍

ଚଳନ୍ତା ମେଟ୍ରୋରେ ବସି ପରିସ୍ରା କରୁଛନ୍ତି ବ୍ୟକ୍ତି।

ନୂଆଦିଲ୍ଲୀ: ଆରେ ଭାଇ ଏ କ’ଣ ହେଉଛି? ଚଳନ୍ତା ମେଟ୍ରୋରେ ବ୍ୟକ୍ତି ଜଣକ କ’ଣ କରୁଛନ୍ତି। ଇଏ ପରିସ୍ରା କରୁଛନ୍ତି ନା କ’ଣ? ହଁ ଆଜ୍ଞା ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଭାଇରାଲ ହେଉଥିବା ଭିଡ଼ିଓଟି ଏକ ମେଟ୍ରୋର। ଯାହାକି ମେଟ୍ରୋ ଯାତ୍ରୀ ଏବଂ ନେଟିଜେନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥିରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଦୁଇଟି ମେଟ୍ରୋ କୋଚ୍ ମଧ୍ୟରେ ବସି ପରିସ୍ରା କରୁଥିବାର ଦେଖିବାକୁ ମିଳୁଛି। ଯାହାକି ମେଟ୍ରୋ ଶୃଙ୍ଖଳା ଏବଂ ନିୟମ ଉପରେ ପ୍ରଶ୍ନ ଉଠାଇଛି।

ଏହି ଭାଇରାଲ ଭିଡିଓରେ ଧୋତି ପିନ୍ଧିଥିବା ଜଣେ ବ୍ୟକ୍ତି ଦୁଇଟି ମେଟ୍ରୋ କୋଚ୍ ମଧ୍ୟରେ ଥିବା ଜଙ୍କସନ ପାଖରେ ବସି ପରିସ୍ରା କରୁଥିବାର ଦେଖିବାକୁ ମିଳୁଛି।

ଏହାସହ ପାଖରେ ଥିବା ଅନେକ ଯାତ୍ରୀ ମଧ୍ୟ ସେଠାରେ ବସିଛନ୍ତି, ଯେଉଁମାନେ ସେହି ବ୍ୟକ୍ତିଙ୍କ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଏବଂ ବିଚଳିତ ଦେଖାଯାଉଛନ୍ତି।

ଏହା ଦେଖାଯାଉଛି ଯେ ସେହି ବ୍ୟକ୍ତିଙ୍କର ସାର୍ବଜନୀନ ସ୍ଥାନରେ ନିୟମ ଏବଂ ଶୃଙ୍ଖଳା ପ୍ରତି କୌଣସି ସମ୍ମାନ ନାହିଁ। ଜଣେ ଯାତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭିଡିଓ ଏବେ ଇଣ୍ଟରନେଟରେ ନିଆଁ ପରି ବ୍ୟାପିଯାଇଛି।