fbpx

ନ୍ୟୁୟର୍କର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ମାମଲା: ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କର ହାର୍ଲେନରେ ଶୁକ୍ରବାର ଦିନ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିିଥିଲା । ନିଆଁ ଲାଗିବା ହେତୁ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡରେ ୨୭ ବର୍ଷୀୟ ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁଘଟିଛି । ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ତାଙ୍କୁ ଫଜିଲ ଖାନ ଭାବେ ପରିଚିତ କରାଇଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ସାଙ୍ଗ ଏବଂ ପରିବାର ସହିତ ଯୋଗାଯୋଗ କରୁଛନ୍ତି ।

ଏହି ଦୁର୍ଘଟଣା ପରେ ଦୂତାବାସ ଟ୍ୱିଟ କରି କହିଛନ୍ତି ଯେ, ନ୍ୟୁୟର୍କର ହାର୍ଲେମର ଏକ ଆପାର୍ଟମେଣ୍ଟରେ ଏକ ର୍ଦୁଭାଗ୍ୟବସତଃ ଅଗ୍ନିକାଣ୍ଡରେ ଜଣେ ୨୭ ବର୍ଷୀୟ ଭାରତୀୟ ବଂଶଜଙ୍କର ମୃତ୍ୟୁ ହୋଇଥିବା କଥା ଶୁଣି ମୁଁ ଦୁଃଖ ପ୍ରକାଶ କରୁଛି । ଅମେ ସ୍ୱର୍ଗତଃ ଫାଜିଲ ଖାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛି । ଆମେ ଲଗାତାର ଯୋଗାଯୋଗରେ ଅଛୁ । ଆମେ ତାଙ୍କ ଶରୀରକୁ ଭାରତ ପଠାଇବାର ବନ୍ଦୋବସ୍ତ କରୁଛୁ ।

Get real time updates directly on you device, subscribe now.