fbpx

(Video) ପିଜୁଳି ଚାଷରୁ ଲକ୍ଷପତି, ଏକ ବର୍ଷରେ ରୋଜଗାର କଲେ ୨୧ ଲକ୍ଷ

Advertisement

କଟକ: ପିଜୁଳି ଚାଷ ଜଣେ ବ୍ୟକ୍ତିଙ୍କୁ ଲକ୍ଷପତି କରିଦେଇଛି। କଥାଟି ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ପୂରା ସତ ଘଟଣା। ପିଜୁଳି ଗଛର ଉଚ୍ଚତା ହେବ ୪ ଫୁଟ। ମାତ୍ର ପିଜୁଳି ସାଇଜ ୭୦୦ ଗ୍ରାମ ରୁ ଏକ କେଜି ପର୍ଯ୍ୟନ୍ତ ରହିଛି। ଏପରି ପିଜୁଳି ନିଜ ବାଡିରେ ଫଳାଇବାରେ ସଫଳ ହେଇଛନ୍ତି କଟକ ଜିଲ୍ଲା ସୋମପୁର ପଞ୍ଚାୟତ ତେଲଦିଆ ଗ୍ରାମରେ ନାରାୟଣ ମଲିକ୍। ପୂର୍ବରୁ ଏହି ବିଲରେ ଧାନ ଚାଷ ହେଉଥିବା ବେଳେ କିଛି ନୂଆ କରିବା ଆଶାରେ ସେ ଆଗକୁ ବଢିଥିଲେ। ପରିଶେଷରେ ପିଜୁଳି ଗଛ ଲଗାଇବାର ନିଷ୍ପତ୍ତି ନେଇଥିଲେ। ଏବଂ ବୃକ୍ଷରୋପଣ ଆରମ୍ଭ କରିଥିଲେ। ଯାହାକି ଆଜି ତାଙ୍କୁ ଲକ୍ଷପତି କରିବାରେ ସଫଳ ହୋଇଛି।

ନିଜ ବିଲରେ ସେ ୧୦୦୦ଟି ପିଜୁଳି ଗଛ ଲଗାଇଥିଲେ। ଯାହାକି ମାତ୍ର ଏକ ବର୍ଷରେ ୩୦ କିଲୋ ରୁ ଉର୍ଦ୍ଧ ଫଳ ହେଇଥିଲା । ଯାହାର ବଜାର ମୂଲ୍ୟ କେଜି ପିଛା ୭୦ ଟଙ୍କା ରହିଛି। ବର୍ଷ ଶେଷରେ ସେ ଜାଣିବାକୁ ପାଇଥିଲେ ଏକ ବର୍ଷରେ ଏହା ୨୧ ଲକ୍ଷ ଟଙ୍କାର ରୋଜଗାର ଦେଇଛି। ଅନ୍ୟପଟେ ଏଠାରେ କାମ କରି କିଛି ମହିଳା ମଧ୍ୟ ରୋଜଗାର କ୍ଷମ ହୋଇଥିବା କହିଛନ୍ତି।

କେବଳ ସେ ନିଜେ ନୁହଁନ୍ତି, ଯେକୌଣସି ଯୁବପିଢ଼ି ଚାକିରି ପଛରେ ନଯାଇ ଚାଷ କରି ରୋଜଗାର କରିବାକୁ ଚାହାଁନ୍ତି ସେ ତାଙ୍କୁ ଯୋଗଯୋଗ୍ କଲେ ସେ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। ତାଙ୍କୁ ଯୋଗଯୋଗ୍ କରିବାକୁ ଚାହୁଁଥିଲେ ୯୪୩୮୩୦୮୮୮୭ ନମ୍ବର୍ ରେ ଯୋଗଯୋଗ୍ କରିପାରିବେ ।

Get real time updates directly on you device, subscribe now.