fbpx

ମାଛ ଧରିବାକୁ ଯାଇ ନିଖୋଜ ଥିଲେ ବ୍ୟକ୍ତି, ଦୁଇଟି କୁମ୍ଭୀର ପେଟରୁ ବାହାରିଲା ଖଣ୍ଡବିଖଣ୍ଡିତ ମୃତଦେହ

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇ ନିଖୋଜ ଥିଲେ । ଯେତେ କୋଜା ଖୋଜି କଲେ ମଧ୍ୟ କୌଣସି ପତ୍ତା ମିଳିଲାନାହିଁ । କିନ୍ତୁ ହଠାତ୍ ଦିନେ ତାଙ୍କର ପତ୍ତା ମିଳିଲା । ଦୁଇଟି କୁମ୍ଭୀର ପେଟରୁ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ମିଳିଲା । ଅଷ୍ଟ୍ରେଲିଆର ଉତ୍ତର କୁଇନ୍ସଲ୍ୟାଣ୍ଡରେ ଏହିଚ ଘଟଣା ମିଳିଛି । ମାଛ ଧରିବାକୁ ଯାଇଥିବା କେଭିନ ଡାରମୋଡି ନାମକ ଜତଣେ ବ୍ୟକ୍ତି କୁମ୍ଭୀର ଦ୍ୱାରା ଶିକାର ହୋଇଥିଲେ। ଦୁଇଟି କୁମ୍ଭୀର ପେଟରୁ ଡାରମୋଡିଙ୍କ ମୃତଦେହ ମିଳିଛି ବୋଲି ବୁଧବାର ଦିନ ପୋଲିସ କହିଛି ।

ଅଷ୍ଟ୍ରେଲିଆ ଗଣମାଧ୍ୟମ ଅନୁଯାୟୀ, ୬୫ ବର୍ଷୀୟ କେଭିନ ଶନିବାର ଉତ୍ତର କ୍ୱିନ୍ସଲାଣ୍ଡରେ ଏକ ଦଳ ସହିତ ମାଛ ଧରିବାକୁ ଯାଇଥିଲେ। ପାଣିରେ ଅନେକ କୁମ୍ଭୀର ଥିଲେ। ପ୍ରଥମେ ସେମାନେ କୁମ୍ଭୀରକୁ ଘଉଡାଇଥିଲେ, ପରେ ସେମାନେ ମାଛ ଧରିବା ଆରମ୍ଭ କଲେ। କିନ୍ତୁ ସେହି ଦିନରୁ କେଭିନ ଡାରମୋଡି ନିଖୋଜ ଥିଲେ । ସ୍ଥାନୀୟ ମତ୍ସଜୀବୀ କେଭିନଙ୍କ ଚିତ୍କାର ଶୁଣିଥିବା କହିଛନ୍ତି ।

ନିଖୋଜ ପରେ କେଭିନଙ୍କ ସନ୍ଧାନ ଆରମ୍ଭ ହୋଇଥିଲା । ଯେଉଁଠାରେ ସେ ନିଖୋଜ ହୋଇଥିଲେ ସେଠାରେ ଦୁଇଟା କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଥିଲା । କେଭିନଙ୍କ ସନ୍ଧାନରେ ଯାଇଥିବା ରେଞ୍ଜରମାନେ ଦୁଇଟି କୁମ୍ଭୀର ଗୁଳି ଚଳାଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରାୟ ୪.୨ ମିଟର (୧୪ ଫୁଟ) ଏବଂ ଅନ୍ୟଟି ଲମ୍ବ ୨.୮ ମିଟର (ପ୍ରାୟ ୯ ଫୁଟ) ଥିଲା । ଉଭୟ କୁମ୍ଭୀର ପେଟରୁ କେଭିନ ଖଣ୍ଡ ବିଖଣ୍ଡିତ ମୃତ ଶରୀର ମିଳିଥିଲା ।

Get real time updates directly on you device, subscribe now.