fbpx

(Video) ମାଆ କ’ଣ ଏପରି କରିପାରେ! ନିଜର ଜନ୍ମିତ ସନ୍ତାନକୁ ଅତ୍ୟନ୍ତ ଅମାନବୀୟ ଭାବେ ମାଡ଼ ମାରୁଛନ୍ତି ଜଣେ ମହିଳା, ଶିଶୁଟିର ଚିତ୍କାର ଶୁଣିବ କିଏ…

ନୂଆଦିଲ୍ଲୀ: ଆମ ସମାଜରେ ମା’କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ । ମା’ର ତ୍ୟାଗ ସବୁଠାରୁ ମହାନ୍ ବୋଲି କାହିଁ କେତେ ପୁରାଣ କାଳରୁ ରହି ଆସିଛି । ସେଥିପାଇଁ କୁହାଯାଏ “ଯା’ର ମାଆ ନାହିଁ, ତା’ର କେହି କାହିଁ ।” ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଭିଡିଓରେ ଜଣେ ମା’ ତାଙ୍କର ଜନ୍ମିତ ଶିଶୁକୁ ଅତ୍ୟନ୍ତ ଦୟନୀୟ ତଥା ଅମାନବୀୟ ଭାବେ ମାଡ଼ ମାରୁଥିବା ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଅନେକ ପ୍ରଶ୍ନ କରିଛନ୍ତି ‘ଜଣେ ମାଆ କ’ଣ ନିଜର ଜନ୍ମିତ ସନ୍ତାନ ସହ ଏପରି କରିପାରିବ…?’

ଉତ୍ତରାଖଣ୍ଡର ହରିଦ୍ୱାର ସ୍ଥିତ ରୁରକୀରେ ଏହି ଘଟଣା ଘଟିଥିବା ବେଳେ ମହିଳା ଜଣଙ୍କ ତାଙ୍କ ସନ୍ତାନକୁ ଅତ୍ୟନ୍ତ ନିର୍ମମ ଭାବେ ପିଟୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ମହିଳାଙ୍କ ମାଡ଼ରେ ଶିଶୁଟି ବିକଳରେ ଚିକ୍ରାର କରୁଥିବା ବେଳେ ତା’ର ନିବେଦନ ଶୁଣିବାକୁ କେହି ନଥିଲେ । ଏହି ଘଟଣାକୁ ନେଇ ପୋଲିସରେ ଏକ ମାମଲା ଦାୟର କରାଯିବା ସହ ମହିଳାଙ୍କୁ ହେପାଜତକୁ ନିଆଯାଇଥିବା ଜଣାପଡ଼ିଛି । ଏହି ଭିଡିଓ ଦେଖିବା ପରେ ମହିଳାଙ୍କୁ ଅନେକ ୟୁଜର୍ସ କଡ଼ା ନିନ୍ଦା କରିବା ସହ ଦୁନିଆରେ କ’ଣ ଏପରି ମାଆ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ତେବେ ମହିଳା ଜଣଙ୍କ ତାଙ୍କ ସନ୍ତାନକୁ କ’ଣ ପାଇଁ ଏମିତି ଦୟନୀୟ ଭାବେ ପିଟିଲେ ସେନେଇ ହରିଦ୍ୱାର ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସ୍ୱାମୀଙ୍କ ସହ ବିବାଦ, ସ୍ୱାମୀ ଘରକୁ ନ ଆସିବା ଓ ଭରଣପୋଷଣ ପାଇଁ ଖର୍ଚ୍ଚ ନଦେବାରୁ ସ୍ୱାମୀଙ୍କୁ ଡରାଇବା ପାଇଁ ମହିଳା ଜଣଙ୍କ ଶିଶୁକୁ ପିଟିଥିଲେ । ଏହି ଭିଡିଓଟି ଦୁଇ ମାସ ତଳର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.