ନୂଆଦିଲ୍ଲୀ:ଆପଣ ଏ ପର୍ଯ୍ୟନ୍ତ କାର୍ ଓ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଥିବା ଘଟଣା ଦେଖିଥିବେ । କିନ୍ତୁ ଏବେ ଏକ ରୟାଲ ଏନଫିଲ୍ଡ ବୁଲେଟ୍ରେ ନିଆଁ ଲାଗିଥିବା ମାମଲା ସାମ୍ନାକୁ ଆସିଛି । ରାସ୍ତାରେ ଦୌଡୁଥିବା ଏହି ବୁଲେଟ୍ ଇଂଜିନରେ ହଠାତ୍ ନିଆଁ ଲାଗି ଯାଉଛି ଓ ଦେଖୁ ଦେଖୁ ବାଇକ୍ଟି ପୁରା ଏକ ଅଗ୍ନି ପିଣ୍ଡୁଳା ପାଲଟିଯାଉଛି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଯାଉଛି ଓ ୯ ଜଣ ଭୀଷଣ ମାତ୍ରାରେ ଜଳି ଯାଇଛନ୍ତି ଯେଉଁମାନଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
In a freak mishap, a Royal Enfield Bullet motorcycle caught fire and exploded in the middle of the road at Moghalpura in #Hyderabad today pic.twitter.com/dMrgiKHMmJ
— MOHAMMAD SIDDIQUI (@MFSIDDIQUI12162) May 12, 2024
ଏହି ଘଟଣା ହାଇଦ୍ରାବାଦ ମୋଘାଲପୁରା ଭବାନୀପୁର ଥାନା କ୍ଷେତ୍ରର । ଏଠାରେ ଭୋଲ୍ଟା ହୋଟେଲ ନିକଟରେ ଏକ ଚଳନ୍ତା ବୁଲେଟ୍ ବାଇକ୍ର ଇଂଜିନରେ ଅଚାନକ ନିଆଁ ଲାଗିଗଲା । ନିଆଁ ଲାଗିଯିବା ପରେ ଚାଳକ ବାଇକ୍ରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି । ଏହି ସମୟରେ ସେଠାରେ ଥିବା କିଛି ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଛନ୍ତି । ଏହି ଦୁର୍ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି ।
ଭିଡିଓରେ ଦେଖିବାକୁ ମିଳୁଛି , ମଝି ରାସ୍ତାରେ ବାଇକ୍ଟି ଧୁ ଧୁ ହୋଇ ଜଳୁଛି । ସେହି ସ୍ଥାନରେ ଥିବା କିଛି ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ବାଇକ୍ର ଫୁଏଲ୍ ଟ୍ୟାଙ୍କରେ ଅଚାନକ ଭୀଷଣ ବିସ୍ଫୋଟ ହେଉଛି ଓ ଆଖପାଖରେ ଉପସ୍ଥିତ କିଛି ଲୋକ ଏହାର ଶିକାର ହୋଇପଡିଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଲୋକ ଭୀଷଣ ଭାବରେ ଜଳି ଯାଇଛନ୍ତି ।
ତେବେ କାହିଁକି ଏହି ଘଟଣା ଘଟିଲା ଏ ବିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମରୁ ପୋଲିସ ଏହା ପଛର କାରଣ ହିଟ୍ ବୋଲି କହିଛି । କିନ୍ତୁ ଏ ପରିସ୍ଥିତିରେ ସ୍ଥାନୀୟ ଲୋକ ବି ବଡ ଭୁଲ୍ କରିଛନ୍ତି । ଏପରି ସ୍ଥିତିରେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।
୧-କେବେ ବି ନିଆଁ ଲାଗିଥିବା ଗାଡି ପାଖକୁ ଯିବା ଅନୁଚିତ
୨-ନିଆଁ ଲାଗିବା ପରେ ତୁରନ୍ତ ଫାୟାର ବ୍ରିଗେଡ୍ ଟିମ୍କୁ ସୂଚନା ଦେବା ଉଚିତ ।
୩-ନିଆଁ ଲାଗିଥିବା ଗାଡିରେ ଫୁଏଲ୍ ଟ୍ୟାଙ୍କ ବିସ୍ଫୋରଣର ପ୍ରମୁଖ କାରଣ । ତେଣୁ ନିଜେ କେବେ ବି ନିଆଁ ଲିଭାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
୪-କୌଣସି ମୋଟରସାଇକେଲରେ ଫୁଏଲ୍ ଲିକେଜ୍ ନିଆଁ ଲାଗିବାର ବଡ କାରଣ ହୋଇଥାଏ । ତେଣୁ ରାସ୍ତାକୁ ଗାଡି ବାହାର କରିବା ପୂର୍ବରୁ ଫୁଏଲ୍ ଲିକ୍ ହେଉଛି କି ନା ଚେକ୍ କରିନିଅନ୍ତୁ ।