fbpx

ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ୫ ଶାବକ ଜନ୍ମଦେଲା ସିଂହୀ ବିଜଲୀ

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ୫ ଶାବକ ଜନ୍ମଦେଲା ସିଂହୀ ବିଜଲୀ। ୨୦୨୦ ମସିହାରେ ଇନ୍ଦୋରରୁ ଆସିଥିଲା ଏହି ବିଜଲୀ। ବିଜଲୀ ୫ ଶାବକଙ୍କୁ ଜନ୍ମଦେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ଘଟିଛି। ଉଭୟ ମାଆ ଏବଂ ଶାବକଙ୍କୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସିସିଟିଭି ନଜରରେ ରଖାଯାଇଛି। ଯେପରି କୌଣସି ଅସୁବିଧା ନ ଘଟେ ସେଥିପ୍ରତି ନଜର ରଖିବାକୁ କତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ବିଜଲୀ ଅନେକ ଶାବକଙ୍କୁ ଜନ୍ମ ଦେଇସାରିଛି।

Get real time updates directly on you device, subscribe now.