fbpx
BSKY SKY
BSKY SKY

ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଜନ୍ତୁ ହେଲେ ଅଦଳ ବଦଳ

BSKY

ଭୁବନେଶ୍ୱର : ଦୀର୍ଘ ୪୦ ବର୍ଷ ପରେ ନନ୍ଦନକାନନକୁ ଆସିଲା ନୂଆ ଅତିଥୀ । ପ୍ରାଣୀ ଉଦ୍ୟାନରେ ହେଲା ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା । ଏଠାରୁ ଦୁଇଟି ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର । ବଦଳରେ ନନ୍ଦନକାନନକୁ ଆସିଲେ ହୁଲୁକ ଗିବନ ମାଙ୍କଡ ଏବଂ ଚିତା ବିରାଡ଼ି ।

ପ୍ରାଣୀ ଉଦ୍ୟାନରୁ ୬ଜଣିଆ ଟିମ ଅରୁଣାଚଳ ପ୍ରଦେଶ ଯାଇ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ସମ୍ପାଦନ କରିଛନ୍ତି । ଏହି ପ୍ରକ୍ରିୟାରେ ଏଠାରୁ ନାଲି ମହାବଳ ଅଣ୍ଡିରା ବାଘ ରକି ଓ ମାଇ ମହାବଳ ବାଘୁଣୀ ସୋହାନୀ ସହିତ ତିନୋଟି ଘଡିଆଳ କୁମ୍ଭୀରକୁ ଦିଆଯାଇ, ସେଠାରୁ ହୋଲକ ଗିବନ ମାଙ୍କଡ଼ ଓ ଚିତା ବିରାଡ଼ି ଆସିଛନ୍ତି । ଦୀର୍ଘଦିନର ଯାତ୍ରା ପରେ ଗିବନ ମାଙ୍କଡ଼ ଓ ଚିତା ବିରାଡ଼ି ଥକି ଯାଇଥିବାରୁ ସେମାନଙ୍କୁ ଏକ ସ୍ପେଶାଲ ଏନକ୍ଲୋଜର କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ନନ୍ଦନକାନନକୁ ଆସିଥିବା ୨ଟି ଗିବନ ମାଙ୍କଡ଼ଙ୍କ ମଧ୍ୟରୁ ଅଣ୍ଡିରା ମାଙ୍କଡ ମୁନୁ଼ର ବୟସ ୧୦ ବର୍ଷ ୩ ମାସ ହୋଇଥିବା ବେଳେ ମାଈ ଗିବନ ମାଙ୍କଡ଼ ରୋଜାର ବୟସ ୫ବର୍ଷ ୮ମାସ ଅଟେ । ଆସିଥିବା ଜନ୍ତୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ରଶ୍ମି ରଞ୍ଜନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ନନ୍ଦନକାନନ କର୍ତ୍ତପକ୍ଷ ଓ ଅଭିଜ୍ଞ ଡାକ୍ତର ସନ୍ତୋଷ ଗୁପ୍ତାଙ୍କ ଉପସ୍ଥିତିରେ କରାଯାଇଛି ।

Get real time updates directly on you device, subscribe now.