ନନ୍ଦନକାନନକୁ ଆସିଲା ନୂଆ ଅତିଥି, ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା

ଭୁବନେଶ୍ୱର: ନନ୍ଦନକାନନରୁ ଆସିଲା ଖୁସି ଖବର। ନନ୍ଦନକାନନ ପ୍ରାଣୀ ଅଦ୍ୟାନକୁ ଆସିଲା ନୂଆ ଅତିଥି। ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା। ବର୍ତ୍ତମାନ ଅଙ୍କିତା ଗୋଟିଏ ଶାବକ ଜନ୍ମ ଦେଇଛି। ଆଗକୁ ମଧ୍ୟ ଆହୁରି ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି।

କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ ଅଙ୍କିତାର ମିଳନ କରାଯାଇଥିଲା। ଆଉ ଏବେ ଅଙ୍କିତା ଏକ ଶାବକ ଛୁଆକୁ ଜନ୍ମ ଦେଇଛି। ଆହୁରି ଶାବକ ଜନ୍ମ ଦେବାର ସମ୍ଭାବନା ଥିବାରୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି।

ମା’ ହେଲା ଅଙ୍କିତା: ଅଙ୍କିତାକୁ ୬ ବର୍ଷ ବୟସ ହୋଇଥିବାବେଳେ ୨୦୧୮ ଜାନୁଆରୀରେ ହାଇଦରାବାଦ ଚିଡ଼ିଆଖାନାରୁ ଆସିଥିବା ସେଫ୍‌‌ର ମିଳନରୁ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲା ଅଙ୍କିତା। ସେତେବେଳେ ଅଙ୍କିତା ୨ଟି ଶାବକକୁ ଜନ୍ମ ଦେଇଥିଲା।

ଏହାପରେ ୧୮ ଫେବୃଆରୀ ୨୦୨୩ରେ  ଦ୍ୱିତୀୟ ଥର ପାଇଁ ପିଲା ଜନ୍ମ କରିଥିଲା ଅଙ୍କିତା। ନାଲି ମହାବଳ ବାଘ ବାହୁବଳି ସହିତ ଅଙ୍କିତାର ମିଳନରେ ସେତେବେଳେ ଅଙ୍କିତା ୫ଟି ଶାବକଙ୍କୁ ଜନ୍ମ ଦେଇଥିଲା। ହେଲେ ସେଥିରୁ ଗୋଟିଏ ଛୁଆ ମଲା ଜନ୍ମ ହୋଇଥିବା ବେଳେ ୪ଟି ସୁସ୍ଥ ଥିଲେ। ଆଉ ଏବେ ତୃତୀୟ ଥର ପାଇଁ ମା’ ହୋଇଛି ଅଙ୍କିତା।

ବାଘ ସଂଖ୍ୟା ବୃଦ୍ଧି: ଯଦି ଦେଖିବା  ୨୦୧୨ ଜାନୁଆରୀ ୧୩ ତାରିଖରେ ନନ୍ଦନକାନନରେ ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷି ମିଳନରୁ ଜନ୍ମଲାଭ କରିଥିବା ୩ଟି ଶାବକ ମଧ୍ୟରୁ ଦ୍ୱିତୀୟ ଶାବକ ହେଉଛି ଅଙ୍କିତା।

ଯିଏକି ଏବେ ତୃତୀୟ ଥର ପାଇଁ ମା’ ହୋଇଛି। ଆଉ ଅଙ୍କିତା ଗୋଟିଏ ଛୁଆକୁ ଜନ୍ମ ଦେବା ସହ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି।