fbpx

ପୁଣି ଆସିବ ନନ୍ଦନକାନନକୁ ନୂଆ ଅତିଥି : ଆଇଜ୍ୱାଲ ଚିଡିଆଖାନାରୁ ଆସିବ ହୁଲକ ଗିବନ

Advertisement

ଭୁବନେଶ୍ୱର : ଗତ କିଛିଦିନ ପୂର୍ବରୁ ନନ୍ଦନକାନନ ଚିଡିଆଖାନାକୁ ଏକ ବିରାଡି ଏବଂ ଗିବନ ନାମକ ଦୁଇ ଜଣ ଅତିଥି ହୋଇ ଆସିଥିଲେ । କିନ୍ତୁ ମାତ୍ର ୩ ଦିନ ରହି ବିରାଡିଟିର ମୃତ୍ୟୁ ହୋଇଯାଇଥିଲା । ଏବେ ପୁଣି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଅତିଥିକୁ ଅଣାଯାଉଛି । ହୁଲକ ଗିବନ ଏବଂ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯିବ । ଏନେଇ ୬ ଜଣିଆ ଦଳ ମିଜୋରାମର ଅଭିମୁଖେ ବାହାରିଛନ୍ତି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ନନ୍ଦନକାନନ ଏବଂ ଆଇଜ୍ୱାଲ ପ୍ରାଣୀ ଉଦ୍ୟାନ ମଧ୍ୟରେ ପ୍ରାଣୀ ଅଦଳ ବଦଳ ଚାଲିଛି । ଏହା ହେଉଛି ଜନ୍ତୁ ଅଦଳବଦଳର ଦ୍ୱିତୀୟ ପର୍ଯ୍ୟାୟ । କୁହାଯାଉଛି ଯେ, ଆଇଜ୍ୱାଲ ପ୍ରାଣୀ ଉଦ୍ୟାନ ଗତ ମାର୍ଚ୍ଚ ମାସରେ ଓଡ଼ିଶା ରାଜଧାନୀର ପ୍ରାଣୀ ଉଦ୍ୟାନ ନନ୍ଦନକାମମରୁ ୧ ଯୋଡା ବାଘ ନେଇଥିଲେ । ବର୍ତ୍ତମାନ ତାହା ବଦଳରେ ଆଇଜ୍ୱାଲ ଉଦ୍ୟାନ ନନ୍ଦନକାନନକୁ ୧ ଯୋଡା ଗିବନ, ୧ଯୋଡ଼ା ଘୁଷୁରୀ ଲାଞ୍ଜ ମାକେକ୍ ଓ ଗୋଟିଏ ଓଗ୍ ମହିଳା ହିମାଳୟ ବ୍ଲାକ ଭାଲୁ ଦେବେ ବୋଲି କହିଛିନ୍ତି । ଏନେଇ ବର୍ତ୍ତମାନ ୬ ଜଣିଆ ସଦସ୍ୟ ଦଳ ଏସିଏଫ ଡ. ସୁଦୀପ୍ତ କୁମାର ପଣ୍ଡାଙ୍କ ନେତୁତ୍ୱରେ ଆଇଜ୍ୱାଲ ଉଦ୍ୟାନ ଅଭୀମୁଖେ ବାହାରିଛନ୍ତି ।

ଏହା ପୂର୍ବରୁ ଜନ୍ତୁ ଅଦଳବଦଳ କରି ନନ୍ଦନକାନନକୁ ଗିବନ ମାଙ୍କଡ ଓ ଚିତା ବିରାଡି ଆଦିକୁ ଅଣାଯାଇଥିଲା । ଦୀର୍ଘ ୪୦ ବର୍ଷ ପରେ ପ୍ରାଣୀ ଉଦ୍ୟାନକୁ ଗିବନ ମାଙ୍କଡକୁ ଅଣା ଯାଇଛି ।

Get real time updates directly on you device, subscribe now.