fbpx

IPL ୨୦୨୨ରେ ଯୋଡି ହେଲା ଆଉ ଏକ ନୂଆ ନାଁ: ମେଗା ଅକ୍ସନ ପୂର୍ବରୁ ଆସିଲା ଖବର

ନୂଆଦିଲ୍ଲୀ: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗରେ ଭାଗ ନେବେ ୧୦ଟି ଟିମ । ପୂର୍ବରୁ ୮ଟି ଟିମକୁ ନେଇ IPL ଆୟୋଜନ କରାଯାଉଥିବା ବେଳେ ଏହିବର୍ଷ ନୂଆ ଲକ୍ଷେ୍ନø ଏବଂ ଅହମ୍ମଦାବାଦ ଦୁଇଟି ଟିମ ଯୋଡି ହୋଇଛି । ମେଗା ଅକ୍ସନର ଠିକ ପୂର୍ବରୁ ଦ୍ୱିତୀୟ ନୂଆ ଦଳ ଭାବେ ଅହମ୍ମଦାବାଦ ନିଜ ଦଳର ନାଁ ଘୋଷଣା କରିଛି । ଏଥି ସହିତ IPL ଟୁର୍ଣ୍ଣାମେଣ୍ଟରେ ଯୋଡି ହୋଇଛି ଆଉ ଏକ ନୂଆ ନାଁ ।

ତେବେ ପୂର୍ବରୁ ଲକ୍ଷେ୍ନø ନିଜ ଦଳର ନାଁ ଘୋଷଣା କରି ସାରିଥିଲା । ଏବେ ଅହମ୍ମଦାବାଦ ନିଜ ଦଳର ନାଁ ଘୋଷଣା କରିଛି । ଫ୍ରାଞ୍ଚାଇଜିର ନାଁ ଅହମ୍ମଦାବାଦ ଟାଇଟନ୍ସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଟିମର ଓନର । ଏହି ଦଳର ନେତୃତ୍ୱ ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧ ଉପରେ ରହିଛି । ହାର୍ଦ୍ଦିକଙ୍କ ବ୍ୟତୀତ ଏହି ଦଳରେ ଆଫଗାନୀ ସ୍ପିନର ରାଶିଦ ଖାନ ଏବଂ ଯୁବ ଓପନର ଶୁଭମନ ଗିଲଙ୍କ ସାମିଳ କରାଯାଇଛି । ସେପଟେ ଲକ୍ଷେ୍ନø ସୁପର ଜିଆଣ୍ଟସରେ କେ.ଏଲ ରାହୁଲ ଦଳର ନେତୃତ୍ୱ ନେଉଥିବା ବେଳେ ରବି ବିଷ୍ନୋଇ ଏବଂ ମାର୍କସ ଷ୍ଟୋଇନିସ ଦଳରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.