(Video) ଆସିଲା ନୂଆ ଯୋଜନା, ପୁଣି ମହିଳାଙ୍କୁ ମିଳିବ ୩୦୦୦ଟଙ୍କା: ଦିୱାଲୀ ଉପହାର ଦେଲେ ରାଜ୍ୟ ସରକାର!

ଓଡ଼ିଶା ଭାସ୍କର: ଅକ୍ଟୋବର ମାସ ଆରମ୍ଭରୁ ମହିଳାଙ୍କୁ ମିଳୁଛି ବଡ଼ ବଡ଼ ଉପହାର । ଆକାଉଣ୍ଟକୁ ଯାଉଛି ଟଙ୍କା । ମାଲାମାଲ ହେଉଛନ୍ତି ମହିଳା । ଏବେ ପୁଣି ମହିଳାଙ୍କ ପାଇଁ ଆସିଲା ନୂଆ ଯୋଜନା । ଆବେଦନ କଲା ମାତ୍ରେ ଆପଣଙ୍କ ଆକାଉଣ୍ଟକୁ ଯିବ ଦୀପାବଳି ବୋନସ୍ । ପୁଣି ମହିଳାଙ୍କୁ ମିଳିବ ଟଙ୍କା । ମହିଳାଙ୍କୁ ଡବଲ ଖୁସି ଦେଲେ ରାଜ୍ୟ ସରକାର । ଏଥର ମହିଳାଙ୍କୁ ୩୦୦୦ ଟଙ୍କା ମିଳିବ ଦୀପାବଳି ବୋନସ ।

ଆଉ ଦିନ କେଇଟା ପରେ ଦୀପାବଳି ପାଳନ କରିବ ସାରା ଭାରତ । ଏହାରି ଭିତରେ ଡବଲ ଖୁସି ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ବୋନସ ହିସାବରେ ୩ ହଜାର ଟଙ୍କା ଦେବା ନେଇ ଘୋଷଣା କରାଯାଇଛି । ତେବେ ଯେଉଁମାନେ ଏହି ଯୋଜନା ପାଇଁ ପଞ୍ଜିକରଣ କରିଛନ୍ତି ଏବଂ ଯେଉଁମାନେ ପୂର୍ବରୁ ମଧ୍ୟ ଟଙ୍କା ପାଉଛନ୍ତି, ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ସେ ଘୋଷଣା କରିଛନ୍ତି । ମହିଳାଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ମହାରାଷ୍ଟ୍ରରେ ଲଡକି ବେହେନ ଯୋଜନାରେ ଅନେର ଉପକୃତ ହେଉଛନ୍ତି ମହିଳା । ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଏହାରି ଭିତରେ ସରକାର ମହିଳାମାନଙ୍କୁ ଡବଲ ଖୁସି ପ୍ରଦାନ କରିଛନ୍ତି । ବୋନସ ମାଧ୍ୟମରେ ଦୁଇ ମାସର ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ତେବେ ଏହି ଯୋଜନାରେ ପଞ୍ଜିକରଣ କରିବା ପାଇଁ ୧୫ ଶେଷ ତାରିଖ ରହିଥିଲା । ତେବେ ଯେଉଁମାନେ ୧୫ ତାରିଖ ସରକାର ବର୍ତ୍ତମାନ ସୁଦ୍ଧା ୯୪,୦୦୦ରୁ ଅଧିକ ମହିଳାଙ୍କୁ ଦୀପାବଳି ବୋନସ ଦେଇଛନ୍ତି । ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳାଙ୍କର ବୟସ ୨୧ରୁ ୬୫ ବର୍ଷ ଭିତରେ ହେବା ଆବଶ୍ୟକ । ମହାରାଷ୍ଟ୍ର ସରକାର ରାଜ୍ୟରେ ମହିଳାମାନଙ୍କ ପାଇଁ ଅନେର ଯୋଜନା ପ୍ରସ୍ତୁତ କରୁଛତନ୍ତି । ମହାରାଷ୍ଟ୍ର ସରକାର ମାଝୀ ଲଡକି ବେହେନ ଯୋଜନାରେ ଏହି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.