fbpx

ତଦନ୍ତ ହେଉ ଓ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କୁ ନ୍ୟାୟ ମିଳୁ; ପ୍ରେମିକ ତଥା ଖେଳ ଶିକ୍ଷକଙ୍କ ଦାବି

ଓଡିଶା ଭାସ୍କର; ୨ ମାସ ତଳର ଘଟଣା ଏବେ ସାମ୍ନାକୁ ଆସିବା ପରେ କିଏ କହୁଛି ପ୍ରେମଜନିତ ସୁଇସାଇଡ୍ ତ ଆଉ କାହାର ଆଶଙ୍କା ଅନରକିଲିଂ । ଏସବୁ ଭିତରେ ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କର ମୃତ୍ୟୁ କେମିତି ହେଲା ? କେଉଁ ପ୍ରମାଣ ଓ କାହିଁକି ପ୍ରମାଣ ନଷ୍ଟ କରିଥିଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ? ଶରତଙ୍କ ଭାଇରାଲ ଅଡିଓ ବୟାନ କରୁଛି ଶରତ ନାୟକ ପୁଲିସ ସହଯୋଗରେ ସବୁ ପ୍ରମାଣକୁ ନଦୀରେ ଭସାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଶରତଙ୍କୁ ଧରି ପୋଲିସ ଉପଯୁକ୍ତ ତଦନ୍ତ କରି ପାରିବ ତ? ଏଭଳି ଅନେକ ପ୍ରଶ୍ନ ରହିଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ୱିଷ୍ଟ ।

ତଦନ୍ତ ବେଳେ ମୃତ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି ଖେଳ ଶିକ୍ଷକ ଅନୁପମ ରାୟ । ଅନେକ ସମୟରେ ଛାତ୍ରୀଙ୍କୁ ତାଙ୍କ ବାପା ମାଡ ମାରୁଥିଲେ । ବାପା ବାରମ୍ବାର ମାଡ ମାରୁଥିବା ସ୍ୱର୍ଣ୍ଣଲତା ତାଙ୍କ ଆଗରେ କହୁଥିଲେ । ଆଉ ଏହି ସମୟରେ ସମବେଦନା ଆସିବାରୁ ପ୍ରେମ ସଂପର୍କ ଗଢି ଉଠିଥିଲା । କିନ୍ତୁ ସ୍ଵର୍ଣ୍ଣଲତାଙ୍କ ପାଠପଢା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ । ଏହା ସହ ସେ କହିଛନ୍ତି, ସ୍ଵର୍ଣ୍ଣଲତାଙ୍କ ମୃତ୍ୟୁ ପରେ ଫୋନ୍ କରି ଶରତ ନାୟକ ତାଙ୍କୁ ଧମକ ଦେଉଥିଲେ । ଶରତ ଫୋନ୍ କରି ତାଙ୍କୁ ପୋଲିସ ଭୟ ଦେଖାଇ ଟଙ୍କା ମାଗୁଥିଲେ । ଛାତ୍ରୀଙ୍କର ମୃତ୍ୟୁ ମାମଲାରେ ତଦନ୍ତ କରି ସ୍ଵର୍ଣ୍ଣଲତାକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଖେଳ ଶିକ୍ଷକ ଅନୁପମ ରାୟ ।

ସମ୍ପୃକ୍ତ ଘଟଣାରେ ମୋଟାମୋଟି ଭାବେ ଶରତ ନାୟକଙ୍କ ଲିଙ୍କ ଥିବା ଚର୍ଚ୍ଚା ହେଉଛି । ଆଇଆଇସିଙ୍କୁ କହି ମାମଲାକୁ ରଫାଦଫା କରିଦେବା ପାଇଁ ୭୦ହଜାର ଟଙ୍କା ମାଗୁଥିଲେ ଶରତ । ଏହା ସହ ଛାତ୍ରୀଙ୍କ ମୃତ୍ୟୁ ପରେ ଶବ ସତ୍କାର କରି ନଦୀରେ ସବୁ ପ୍ରମାଣ ଭସେଇ ଦେଇଥିବା କଥା ମଧ୍ୟ ସେ କହିଛନ୍ତି । ତେବେ କେଉଁ ପ୍ରମାଣ ଓ କାହିଁକି ସେ ପ୍ରମାଣ ନଷ୍ଟ କରିଥିଲେ ଏନେଇ ତାଙ୍କୁ ପଚାରଉଚରା କରିପାରେ ପୋଲିସ । ତେବେ ଶରତ ତଦନ୍ତ ପରିସରକୁ ଖୁବଶୀଘ୍ର ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଶରତଙ୍କୁ ଜେରା ପରେ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.