fbpx
BSKY
BJD MC SKY
BJD MS SKY

ଏହି ପଶୁ ପାଇଁ ସୃଷ୍ଟି ହୋଇପାରେ କୋଭିଡ୍-୧୯ର ଆଉ ଏକ ନୂତନ ଭାରିଆଣ୍ଟ୍, ପଢ଼ନ୍ତୁ କଣ କହୁଛି ଅଧ୍ୟୟନ

ନ୍ୟୁୟର୍କ: ହରିଣ ମାନଙ୍କ ପାଇଁ ମଣିଷ ମାନଙ୍କ ପ୍ରତି ଆସିପାରେ ଆଉ ଏକ ସଙ୍କଟ । ହରିଣଙ୍କ ପାଇଁ ସମ୍ଭାବିତ କୋଭିଡ୍ ମହାମାରୀର ନୂତନ ଭାରିଆଣ୍ଟ ସୃଷ୍ଟି ହେବ । ଏନେି ନ୍ୟୁୟର୍କର ବୈଜ୍ଞାନିକ ମାନେ ଚେତାବନୀ ଜାରି କରିଛନ୍ତି । ବାସ୍ତବରେ ଭାଇରସ୍ ର ପାଖାପାଖି ଦୁଇରୁ ତିନିଟି ଭାରିଆଣ୍ଟ୍ ଜଙ୍ଗଲୀ ଧଳା ଲାଞ୍ଜଯୁକ୍ତ ହରିଣଙ୍କ ଠାରେ ଚିହ୍ନଟ କରାଯାଇଛି । ଆମେରିକାରେ ଓହିଓଠାରେ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ, ପଶୁ ମାନେ ଭାଇରସ୍ ପାଇଁ ଏକ ଜଳାଶୟ ରୂପେ କାମ କରିଥାନ୍ତି ଓ ଏମାନଙ୍କ ଠାରୁ ହିଁ ସଂକ୍ରମଣ ଚତୁର୍ଦ୍ଦିଗ ବ୍ୟାପୁଛି ।

ବିଶ୍ୱରେ ବର୍ତ୍ତମାନ କିଛି କିଛି ସମୟ ବ୍ୟବଧାନରେ ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସୁଛି । ଏନେଇ ବୈଜ୍ଞାନିକ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଓମିକ୍ରନ ଭାରିଆଣ୍ଟ୍ ସାମନାକୁ ଆସିଛି । ଯାହା ରେକଟ୍ ବେଗରେ ବ୍ୟାପିବାରେ ଲାଗିଛି । ଓହିଓ ଷ୍ଟେଟ୍ ୟୁନିଭର୍ସିଟିରେ ଅଧ୍ୟୟନର ବରିଷ୍ଠ ଲେଖକ ତଥା ପ୍ରୋଫେସର୍ ଏଣ୍ଡ୍ରୟୁ ବୋମନ୍ କହିଛନ୍ତି ଯେ, ଅଧ୍ୟୟନ ଆଧାରରେ ଆମେ ଜାଣିଛୁ ଯେ, ହରିଣ ଜଙ୍ଗଲରେ ଭାଇରସ୍ ର ଶିକାର ହୋଇପାରେ । ଆଉ ସେମାନଙ୍କ ଦ୍ୱାରା ମଣିଷ ମାନଙ୍କ ଠାରେ ସଂକ୍ରମଣ ବ୍ୟାପିପାରେ ।

ସେ କହିଛନ୍ତି ଯେ, ଯଦି ହରିଣ ମାନେ ଜଙ୍ଗଲରେ ରହି ସଂକ୍ରମିତ ହୋଇପାରୁଛନ୍ତି, ଏପରି ଭାବରେ ଯଦି ସେମାନଙ୍କ ଶରୀରେ ଭାଇରସ୍ ରହିଯାଉଛି ତାହେଲେ ତ ସେମାନେ ମଣିଷଙ୍କ ଠାରେ ସାର୍ସ-କୋଭ୍-୨ର ନୂତନ ଭାରିଆଣ୍ଟ ବ୍ୟାପିବାର ମାଧ୍ୟମ ହୋଇପାରିବେ । ଏହି ଅଧ୍ୟୟନରେ ହରିଣଙ୍କ ଠାରୁ ମିଳିଥିବା ତିନିଟି ଭାରିଆଣ୍ଟ୍, ୩୬୦ ପଶୁଙ୍କ ଠାରୁ ନିଆଯାଇଥିବା ସାମ୍ପଲ୍ ର ଏକ ତୃତୀୟାଂଶ ବୋଲି ଜଣାପଡ଼ିଛି । ହରିଣଙ୍କ ଠାରୁ ଭାଇରସ୍ ବ୍ୟାପିବାର ପ୍ରମାଣ ମଧ୍ୟ ରହିଥିବା ଜଣାପଡ଼ିଛି । ଏମାନେ ଆହୁରି ମାରାତ୍ମକ ଭାରିଆଣ୍ଟ ସାମନାକୁ ଆଣିପାରନ୍ତି ।

 

Get real time updates directly on you device, subscribe now.