fbpx

ଆଙ୍ଗୁଠିରୁ ଜଣାପଡେ ବ୍ୟକ୍ତିର ଭାଗ୍ୟ ଓ ବ୍ୟକ୍ତିତ୍ୱ : ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । କୁହାଯାଉଛି ଯେ, ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର କିଛି ନା କିଛି ମହତ୍ତ୍ୱ ରହିଛି । ଠିକ ସେହିଭଳି ଶାସ୍ତ୍ରରେ ବିଶେଷ ଭାବରେ ମହିଳାଙ୍କ ହାତର ଆଙ୍ଗୁଠିକୁ ନେଇ ଅନେକ ତଥ୍ୟ ରହିଛି । ହାତ ଆଙ୍ଗୁଠିରୁ ମହିଳାଙ୍କ ବ୍ୟକ୍ତିତ୍ୱ ଏବଂ ସେମାନେ ଜୀବନସାଥୀଙ୍କ ପାଇଁ କେତେ ସୌଭାଗ୍ୟଶାଳୀ ତାହା ଜଣାପିିଯିବ । ତେବେ ଆସନ୍ତୁ ଜାଣିବା, ମହିଳାଙ୍କ ହାତ ଆଙ୍ଗୁଠିର ଗଢଣକୁ ନେଇ ଶାସ୍ତ୍ରରେ କ’ଣ କୁହାଯାଇଛି ।

୧. ଯେଉଁ ମହିଳାଙ୍କ ହାତର ଆଙ୍ଗୁଠିଗୁଡିକ ଛୋଟ ଛୋଟ ହୋଇଥାଏ, ସେମାନେ ବହୁତ ଖର୍ଚ୍ଚୀ ସ୍ୱଭାବର ହୋଇଥାନ୍ତି । ସେମାନେ ବିଳାସପୂର୍ଣ୍ଣ ଜିନିଷ କିଣିବାର ସୌକ ରଖନ୍ତି । ଏଭଳି ମହିଳାମାନେ ସମ୍ପର୍କକୁ ବହୁତ ଭଲ ଭାବରେ ତୁଲାଇ ଥାନ୍ତି, ଏହା            ସହିତ ଅନ୍ୟମାନଙ୍କ ସୁଖ-ଦୁଃଖରେ ସହଭାଗୀ ହୋଇଥାନ୍ତି ।

୨. ହାତ ଆଙ୍ଗୁଠିର ଅଗ୍ରଭାଗ ପତଳା ଓ ବାକି ଅଂଶ ଗୋଟିଏ ଭଳି ଦେଖାଯାଉଥିଲେ, ସେହିମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏଭଳି ମହିଳା ଖୁବ ଯତ୍ନବାନ ହୋଇଥାନ୍ତି ଏବଂ ପରିବାର ଲୋକଙ୍କର ଉତ୍ତମ ଯତ୍ନ ନେଇଥାନ୍ତି । ଏହି ମହିଳା          ମାନେ ଶଶୁର ଘର ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୩. ଯେଉଁ ମହିଳାମାନଙ୍କ ହାତର ଆଙ୍ଗୁଠି ଗୁଡିକ ଗୋଲ ଏବଂ ଲମ୍ବା, ସେମାନଙ୍କୁ ସୌଭାଗ୍ୟଶାଳୀ ବୋଲି କୁହାଯାଏ । ସେମାନେ ନିଜର ବ୍ୟବହାର ଦ୍ୱାରା ଲୋକଙ୍କ ହୃଦୟକୁ ଜିତିଥାନ୍ତି । ପ୍ରତେୟକ ପରିସ୍ଥିତିରେ ସେମାନେ ନିଜ ସ୍ୱାମୀଙ୍କ ସହ ରହିଥାନ୍ତି ।

୪. ଯେଉଁମାନଙ୍କ ଆଙ୍ଗୋଠି ଛୋଟ ଓ ପତଳା ହୋଇଥାଏ, ସେମାନେ ବହୁତ କଞ୍ଜୁସ ଅଟନ୍ତି । ଛୋଟ ଛୋଟ କଥାରେ ରାଗିଯିବା ସେମାନଙ୍କ ସ୍ୱଭାବ ଅଟେ । ଏହି କାରଣ ଯୋଗୁଁ ଏଭଳି ମହିଳାଙ୍କ ବିଶେଷ ସାଙ୍ଗସାଥୀ ନଥାନ୍ତି ।

Get real time updates directly on you device, subscribe now.