fbpx
BSKY
BJD MC SKY
BJD MS SKY

(Video)ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରିଲେ ପୋଲିସ ଅଧିକାରୀ

ଉତ୍ତର ପ୍ରଦେଶ: ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଭୁଲରେ ଗୁଳି ମାରିଛନ୍ତି ପୋଲିସ ଅଧିକାରୀ। ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୋଲିସ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଥାନାର ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥରୁ ଗୁଳି ବାହାରି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ସିଧା ବାଜିଛି। ଆଉ ଏହି ପୂରା ଘଟଣା ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଥାନାକୁ ଆସିବା ସହ ଟେବୁଲ ପାଖରେ ଛିଡ଼ା ହୋଇଛନ୍ତି। ସେହି ସମୟରେ ଜଣେ ପୋଲିସ କର୍ମଚାରୀ ସବ ଇନସପେକ୍ଟର ଶର୍ମାଙ୍କୁ ପିସ୍ତଲ ଦେଇଥିଲେ। ଏହା ପରେ ସେ ନିଜ ପିସ୍ତଲକୁ ସଫା କରୁଥିବା ବେଳେ ଭୁଲ ବଶତଃ ଗୁଳି ଫୁଟି ଯାଇଥିଲା। ଗୁଳିଟି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ସିଧା ଆସି ବାଜିଥିଲା। ଫଳରେ ସେ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ତେବେ ପୋଲିସ ବାବୁଙ୍କ ଭୁଲ ଗୁଳି ଚାଳନା ପାଇଁ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ଉକ୍ତ ମହିଳାଙ୍କୁ ଜେଏନ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Get real time updates directly on you device, subscribe now.