fbpx

(Video) ଓଡ଼ିଶାର ଜଣେ ବିରଳ ପ୍ରତିଭା! ବଇଁଶୀ ମୁହଁରେ ନୁହେଁ ନାକରେ କ୍ରମାଗତ ୩ ଘଣ୍ଟା ପର୍ଯ୍ୟନ୍ତ ବଜାଇ ପାରୁଛନ୍ତି ଜଣେ ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏପରି ଭାବେ ଅନେକ ପ୍ରତିଭା ରହିଛନ୍ତି । ଆଜିକାଲିର ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଏଭଳି ପ୍ରତିଭା ଲୋକଲୋଚନକୁ ଆସିଥାନ୍ତି । ତେବେ ଏହା ମଧ୍ୟରେ ଜଣେ ପ୍ରତିଭାଙ୍କୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ସାଧାରଣ ଭାବେ ଜଣେ ଯଦି ମୁହଁରେ ବଇଁଶୀ ବଜାଇ ତେବେ ତାହା ସଭିଙ୍କୁ ବିମୋହିତ କରିଦିଏ । ବଇଁଠୀ ବଜାଇବା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ତେବେ ଜଣେ ଯଦି ନାକରେ ବଇଁଶୀ ବଜାଇବେ ତେବେ ଏହା ଦେଖି ଯେ କେହି ବି ଆଶ୍ଚିର୍ଯ୍ୟ ହେବା ସ୍ୱାଭାବିକ ।

ଖବର ମୁତାବକ, ଜଣେ ବ୍ୟକ୍ତି ନିଜ ପାଟିରେ ନୁହେଁ, ବରଂ ନାକରେ ବଇଁଶୀ ବଜାଉଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି ତାଙ୍କର ବଂଶୀ ଧ୍ୱନୀରେ ସମସ୍ତେ ଆକର୍ଷିତ ହେବା ସହ ଖୁବ୍ ପ୍ରଶଂସା କରୁଛନ୍ତି । ଏହି ବ୍ୟକ୍ତିଙ୍କୁ ନେଇ ଚାରିଆଡ଼େ ଢେର୍ ଚର୍ଚ୍ଚା । ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳର ନରସିଂହ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ପ୍ରତିଭା ଏବେ ସାମ୍ନାକୁ ଆସିଛି । ନରସିଂହ ୨୦୦୯ ମସିହାରୁ ବିଭିନ୍ନ ସ୍ଥାନରେ, ଶିକ୍ଷାନୁଷ୍ଠାନମାନଙ୍କରେ କ୍ରମାଗତ ୩ ଘଣ୍ଟା ଧରି ନାକରେ ବଇଁଶୀ ବଜାଇ ପାରନ୍ତି । ତାଙ୍କ ଘର ହେଉଛି ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘସୁଆ କବୀରପୁର ଅଞ୍ଚଳରେ । ପିଲା ଦିନରୁ ନରସିଂହଙ୍କର ବଇଁଶୀ ପ୍ରତି ଅହେତୁକ ଦୁର୍ବଳତା ରହିଥିବା ବେଳେ ତାଙ୍କର ବାପା ମଧ୍ୟ ଜଣେ ବାଦ୍ୟପାର ଥିଲେ । ତେଣୁ ପିତାଙ୍କଙ୍କ ଠାରୁ ବଇଁଶୀ ବଜାଇବା ଶିକ୍ଷା ଲାଭ କରିବା ପରେ ଆଜି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ପୂର୍ବରୁ ନରସିଂହ ମୁହଁରେ ବଇଁଶୀ ବଜାଉଥିବା ବେଳେ ବୟସାଧିକ୍ୟ କାରଣରୁ ତାଙ୍କର ଦାନ୍ତ ଝଡ଼ିବାରେ ଲାଗିଥିଲା । ତେଣୁ ସେ ଏବେ ନାକରେ ବଜାଉଥିବା କହିଛନ୍ତି ।

Get real time updates directly on you device, subscribe now.