ଓଡ଼ିଶା ଭାସ୍କର: ପେଟର ଭୋକ ମଣିଷକୁ କେତେବେଳେ ଯେ କେଉଁ ପରିସ୍ଥିତିରେ ପହଁଚାଇ ଦେବ ତାହା କହିହେନି। ଆମ ସମାଜରେ ଆଜିବି ଏମିତି ଲୋକ ଅଛନ୍ତି ଗଣ୍ଡେ ଅର୍ଣ୍ଣ ପାଇଁ ବିକଳ ହେୁଛନ୍ତି। ସରକାରଙ୍କ ସତ ସତ ଯୋଜନା ତାଙ୍କ ଆଗରେ ସତେ ଯେମିତି ସାତ ସପନ ହୋଇ ପଡ଼ିଛି। କହିବାକୁ ଗଲେ ଅନେକ ପ୍ରବାସୀ, ଶରଣାର୍ଥୀ ଓ ଶ୍ରମିକ ଶ୍ରେଣୀର ଲୋକ ଏବେବି ପେଟପୁରା ଖାଇ ପାରୁ ନାହାଁନ୍ତି। ସେମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଉଛି।
ପ୍ରତେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଏମିତି ଭିଡଇଓ ସାମ୍ନାକୁ ଆସୁଛି ଯାହା ଆମକୁ ଟିକେ ଭାବବିହ୍ୱଳ କରିଦେଉଛି। ଭୋକ-ବିକଳର ଏହି କିଛି ସେକେଣ୍ଡର ଭିଡିଓଟି ଆପଣଙ୍କ ମନରେ ଦୁଃଖ ଆଣିଦେଇପାରେ। ଭିଡ଼ିଓରେ ଦୁଇ ଜଣ କୁନି ପାଲା ଅଇଁଠା ଖାଉଛନ୍ତି। ଭୋଜି ପରେ ବାସନରେ ଲାଗିଖିବା ଖାଦ୍ୟକୁ ସେମାନେ ଗୋଟେଇକି ଖାଉଛନ୍ତି। ତାହା ପୁଣି ସେହି ବାସନ ଭିତରେ ବସିକି। ଦୁଇ ଜଣ ଜାକ ଦୁଇଟି ଡିସ୍ ଭିତରେ ବସି ଖାଦ୍ୟ ସାଉଁଟିକି ଖାଉଛନ୍ତି।
ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି, ଯାହାକୁ ଅନେକ ଦେଖି ସାରିଲେଣି। ଟିକେ ଭାବିଲେ ଆମ ମାନଙ୍କର ଭୋଜିରେ କେତେ କେତେ ଖାଦ୍ୟ ବଞ୍ଚି ଯାଉଛି ଆମେ ତାକୁ ସବୁ ନେଇ ଅଳିଆ ଗଦାରେ ପକାଇ ଦେଇଛନ୍ତି। ଚାହିଁଲେ କଣ ଆଖ ପାଖରେ ରହୁଥିବା ଏମିତି ଲୋକଙ୍କ ମୁହଁରେ ଟିକେ ଆହାର ଦେଇ ପାରିବାନି। ଯଦି ଏପରି ହୋଇ ପାରିବ ତେବେ କିଛି ଲୋକ ତ ଭୋକରୁ ବଞ୍ଚି ପାରିବେ।
View this post on Instagram