ନିଆରା ଦୃଶ୍ୟ, ବାହାଘର ଭୋଜିରେ ବୁଲା କୁକୁର ଅତିଥି, ଷ୍ଟେଜ୍ ଉପରେ କୁକୁର ସହ ନବ ଦମ୍ପତ୍ତିଙ୍କ ଫଟୋସୁଟ୍

ବାହାଘର ଭୋଜିରେ ବୁଲା କୁକୁର ଅତିଥି।

ଓଡିଶାଭାସ୍କର: ଆପଣ ଅନେକ ବାହାଘର ଦେଖିଥିବେ, ଆଉ ବାହାଘରରେ ଭୋଜି ମଧ୍ୟ ଖାଇଥିବେ। ଏପରିକି ଆପଣଙ୍କ ମଧ୍ୟରୁ ଅନେକ ଲୋକ ବିବାହ ମଧ୍ୟ କରିଥିବେ। ହେଲେ ଆପଣ କେବେ ନିଜ ବାହାଘରରେ କୁକୁରମାନଙ୍କୁ ଅତିଥି କରି ଡାକିଛନ୍ତି। ଉତ୍ତରରେ ନିଶ୍ଚିତ ଭାବରେ ନା ଆସିବ।

କାରଣ ଯଦି ବାହାଘର କିମ୍ୱା ବ୍ରତଘର ବା ଘରର କୌଣସି ଉତ୍ସବ ଚାଲିଥିବା ସମୟରେ ଯଦି କୌଣସି ବୁଲା କୁକୁର ଭିତରକୁ ପଶିଆସେ, ସେତେବେଳେ ସମସ୍ତେ ଲାଗି ପଡନ୍ତି କୁକୁରକୁ ଗୋଡାଇ ବାହାରକୁ ବାହାର କରିବାରେ।

ହେଲେ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ। କାରଣ ଏକ ବାହାଘର ଭୋଜିରେ ବୁଲା କୁକୁର ଅତିଥି ସାଜିଛନ୍ତି।  ଆଉ ଷ୍ଟେଜ୍ ଉପରେ ନବ ଦମ୍ପତ୍ତିଙ୍କ ସହ ଫଟୋ ସୁଟ୍ କରିଛନ୍ତି।

ବାହାଘର ଭୋଜିରେ କୁକୁର ଅତିଥି: ତେବେ ଘଟଣାଟି କେଉଁଠିକାର ଜଣା ପଡିନଥିବା ବେଳେ, ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅତିଥୀମାନଙ୍କ ସହ ବାହାଘରରେ ବୁଲା କୁକୁରମାନେ ବି ଏକ ଅଂଶ ପାଲଟିଛନ୍ତି।  ଯାହାକୁ ନେଇ ସୋସିଆଲ ମିଡିଆରେ ଚହଳ ପଡିଛି। ନେଟିଜେନମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି।

କୁକୁର ସହ ଫଟୋସୁଟ୍: ନବ ଦମ୍ପତ୍ତି ବାହାଘର ସମୟରେ ଷ୍ଟେଜ୍ ଉପରେ ମାଳା ଅଦଳବଦଳ କରିବା ସମୟରେ ଫଟୋ ଉଠାଇଥିଲେ।  ଆଉ ଏହି ସମୟରେ ବୁଲାକୁକୁର ଦଳ ଷ୍ଟେଜ୍ ଉପରେ ପହଞ୍ଚିଥିଲେ।

ଆଉ ଆଶ୍ଟର୍ଯ୍ୟକର କଥା କୁକୁରଙ୍କୁ ନ ଗୋଡ଼ାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଆଉ ନବ ଦମ୍ପତ୍ତି ସେମାନଙ୍କ ସହ ଫଟୋ ଉଠାଇଥିଲେ। କୁହାଯାଉଛି ଏହି କୁକୁରମାନଙ୍କୁ କାଳେ ନିଜେ ବର ନିମନ୍ତ୍ରଣ କରିଥିଲେ। ଆଉ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।