fbpx

ସୀମାପୁରୀରେ ଜଣକ ଘରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ: IED ଥିବା ସନ୍ଦେହରେ ପହଞ୍ଚିଲେ NSGର ସ୍ୱତନ୍ତ୍ର ଟିମ, ଚାଲିଛି ଖୋଳତାଡ

ନୂଆଦିଲ୍ଲୀ: ସୀମାପୁରୀ ଅଞ୍ଚଳର ଜଣଙ୍କ ଘର ଜବତ ହୋଇଛି ସନ୍ଦିଗ୍ଧ ବ୍ୟାଗ । ଏହାପରେ ବ୍ୟାଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହି ବ୍ୟାଗରେ IED ଥିବା ସନ୍ଦେହ କରାଯାଉଥିବା ବେଳେ ଠିକ ସମୟରେ ପହଞ୍ଚିଛନ୍ତି ଅଧିକାରୀ ।

ସୂଚନା ଅନୁସାରେ, ସୀମାପୁରୀ ଅଞ୍ଚଳରେ ଜଣଙ୍କ ଘରେ ହଠାତ ଚଢାଉ କରି ସର୍ଚ୍ଚ କରିଥିଲା ଦିଲ୍ଳୀ ପୋଲିସ । ଏହି ସର୍ଚ୍ଚ ଅପରେସନ ସମୟରେ ଘର ଭିତରୁ ଏକ ବ୍ୟାଗ ସନ୍ଦିଗ୍ଧ ଅବସ୍ଥାରେ ପାଇଥିଲା । ତେବେ ଏହି ବ୍ୟାଗରେ ଏକ ସିଲ ପ୍ୟାକ ଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ IED କିମ୍ବା ଅନ୍ୟ କିଛି ଭୟଙ୍କର ପଦାର୍ଥ ଥିବା ସନ୍ଦେହ କରାଯାଉଛି । ତେଣୁ ଏବେ NSGର ଏକ ସ୍ୱତନ୍ତ୍ର ଟିମକୁ ଡକାଇଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀ ।

ବ୍ୟାଗ ମିଳିଥିବା ଘରେ କିଛି ଯୁବକ ଭଡାରେ ରହୁଥିଲେ । ତେବେ ସେମାନେ ଏବେ ଫେରାର ଥିବା ଜଣାପଡିଛି । ଏହା ପୂର୍ବରୁ ଜାନୁୟାରୀରେ ମଧ୍ୟ ଏକ ଗାଜୀପୁର ଫୁଲମଣ୍ଡିର ଏକ ନମ୍ବର ଗେଟ ବାହାରେ ଏକ ବମ ମିଳିଥିଲା । ତେଣୁ ଏଭଳି ଘଟଣାକୁ ନେଇ ଦିଲ୍ଳୀରେ ଏକ ବଡ ଧମାକା ହେବାର ଆଶଙ୍କା କରାଗଲାଣି ।

Get real time updates directly on you device, subscribe now.