ତିନୋଟି ଶବ୍ଦରେ କମ୍ପାନୀକୁ ଲେଖିଲେ ଲେଟର, ଆପଣ କେବେ ଦେଖି ନ ଥିବେ ଏପରି ରେଜିଷ୍ଟେସନ ଲେଟର

ନୂଆଦିଲ୍ଲୀ : ପ୍ରତି କମ୍ପାନୀର କିଛି ନିୟମ ରହିଛି । କୌଣସି କମ୍ପାନୀରେ କାମ କରିବାକୁ ହେଲେ ଆପଣଙ୍କୁ ସେଠାରେ କିଛି ନିୟମ କିଛି ସର୍ତ୍ତ ମାନିବାକୁ ହେବ । ସେହି ନିୟମ ମଧ୍ୟରୁ ଗୋଟିଏ ହେଉଛି ଆପଣ ଯେତେବେଳେ କମ୍ପାନୀ ଛାଡିବେ ତେବେ ଆପଣଙ୍କୁ ଏକ ଅଧିକାରୀ ରେଜିଷ୍ଟେସନ ଲେଟର ଲେଖିବାକୁ ପଡିବ । ସାଧାରଣତଃ ଲୋକମାନେ କମ୍ପାନୀ ଛାଡିବାର କାରଣ ଲେଖନ୍ତି । କିନ୍ତୁ ଜଣେ ବ୍ୟକ୍ତି ତିନୋଟି ଶବ୍ଦ ଲେଖି କମ୍ପାନୀ ଛାଡିଛନ୍ତି ।

ଏହି ଘଟଣାଟି ପୁରୁଣା କିନ୍ତୁ ଆଜି କାଲି ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଲେଟରକୁ ଏବେ ପର୍ଯ୍ୟନ୍ତ ସବୁଠାରୁ ଛୋଟ ବା କମ ଲେଖା ହୋଇଥିବା ଲେଟର କୁହାଯାଉଛି । ଏହି ଲେଟର ଏବେ ସୋସିଆଲ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ଏକ ରେଜିଷ୍ଟେସନ ଲେଟର । ଆପଣ ରେଜିଷ୍ଟେସନ ଲେଟର ସବୁବେଳେ ଏକ ଲମ୍ବା ଚଉଡା ଲେଖା ହୋଇଥିବା ଦେଖିଥିବେ । ଯେଉଁଥିରେ କର୍ମଚାରୀ ତାହାର ସବୁ କଥା ଲେଖିଥାଏ । କିନ୍ତୁ ଏହି ବ୍ୟକ୍ତି ଜଣକ ମାତ୍ର ୩ଟି ଶବ୍ଦରେ ରେଜିଷ୍ଟେସନ ଲେଟର ଲେଖି ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ଏହି ପୋଷ୍ଟ ଟି ୧୨ ଜୁନ ୨୦୨୨ର । କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ପୋଷ୍ଟ ଏବେ ସୋସିଆଲ ମିଡିଆସାଇଟ ଏକ୍ସରେ ପୋଷ୍ଟ ହୋଇଛି । ଏହାକୁ ଏବେ ପର୍ଯ୍ୟନ୍ତ ୨ ଲକ୍ଷ ଲୋକ ଲାଇକ କରିଛନ୍ତି । ୨,୭୭୬ ଲୋକ ଏହାକୁ ସେୟାର କରିଛନ୍ତି ।