fbpx

ରେଲୱେ ଟ୍ରାକରେ ବେହୋସ ହୋଇ ପଡିଲେ ମହିଳା: ଉପରେ ଚାଲିଗଲା ମାଲବାହୀ ଗାଡି, ଆଉ ତା’ପରେ…

Advertisement

ନୂଆଦିଲ୍ଲୀ: ଗତ କିଛି ଦିନରୁ ମଣିଷ ଜୀବନ ପାଇଁ ଖୁବ ବିପଦ ସାଜିଛି ଲୌହଦାନବ । ବିଭିନ୍ନ ସ୍ଥାନରେ ଟ୍ରେନ ଦୁର୍ଘଟଣା ଘଟିବା ସହିତ ଅନେକ ଲୋକଙ୍କ ପ୍ରାଣ ଯାଉଥିବା ଦେଖାଯାଉଛି । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି କାସଗଞ୍ଜ ଜିଲ୍ଲାର ସହାୱର ଗେଟେ କ୍ରସିଙ୍ଗ ନିକଟ ରେଲୱେ ଟ୍ରାକରେ । ଜଣେ ମହିଳା ରେଳ ଲାଇନ ଅତିକ୍ରମ କରି ଯିବା ସମୟରେ ହଠାତ ବେହୋସ ହୋଇ ଟ୍ରାକରେ ହିଁ ପଡି ଯାଇଥିଲେ । ଏହାପରେ ଏକ ମାଲଗାଡି ତାଙ୍କ ଉପର ଦେଇ ଚାଲି ଯାଇଥିଲା । ଯାହାକୁ ଦେଖି ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନା ଅନୁସାରେ, ଆଜି ସ୍ଥାନୀୟ ଆର୍ଯ୍ୟନଗରର ହରିପ୍ୟାରୀ ଔଷଧ ପାଇଁ ବଜାର ଯାଉଥିଲେ । ତେବେ ସହାୱର ଗେଟ ଅତିକ୍ରମ କରିବା ବେଳେ ସେ ଅଚାନକ ବେହୋସ ହୋଇ ପଡିଥିଲେ । କିନ୍ତୁ ଏହି ଭୟଙ୍କର ଗର୍ଜନ କରି ଏକ ମହାବିପଦ ତାଙ୍କ ଆଡକୁ ମାଡି ଆସୁଥିଲା ଟ୍ରେନ ରୂପରେ । ମହିଳା ଜଣକ ଟ୍ରେନ ଲାଇନରେ ଅଚେତ ହୋଇ ପଡି ରହିଥିବା ବେଳେ ମାଲଗାଡି ତାଙ୍କ ଉପର ଦେଇ ଚାଲି ଯାଇଛି । ତେବେ କିଛି ସମୟ ପରେ ମହିଳାଙ୍କ ଚେତା ଫେରିବାରୁ ଆଖପାଖରେ ଥିବା ଲୋକେ ତାଙ୍କୁ ସ୍ଥିର ରହିବାକୁ ଏବଂ ସିଧା ହୋଇ ଶୋଇବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଟ୍ରେନଟି ତାଙ୍କ ଉପର ଦେଇ ଚାଲିଯାଇଥିବା ବେଳେ ଅକ୍ଷତ ଅବସ୍ଥାରେ ବାହାରି ଆସିଛନ୍ତି ହରିପ୍ୟାରୀ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଶ୍ୱରଙ୍କ ଅଶୀର୍ବାଦରୁ ମହିଳାଜଣକ ସୁସ୍ଥ ଏବଂ ଅକ୍ଷତ ଅବସ୍ଥାରେ ଲୌହଦାନବକୁ ହରାଇ ମୃତ୍ୟୁ ଉପରେ ବିଜୟଲାଭ କରିଥିବା କୁହାଯାଉଛି ।

ତେବେ ଏହି ଘଟଣା ଜିଆରପି ପୋଲିସର ଯବାନଙ୍କ ପାଖରେ ପହଞ୍ଚିବା ପରେ ସେମାନେ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏ ନେଇ ଜିଆରପି ପ୍ରଭାରୀ ସୁଶୀଲ କୁମାର କହିଛନ୍ତି ଯେ, ସହାୱର ଗେଟ କ୍ରସିଙ୍ଗରେ ପଡିଥିବା ମହିଳାଙ୍କୁ କୌଣସି ଆଘାତ ଲାଗିନାହିଁ । ତାଙ୍କୁ ରେଲୱେ ଟ୍ରାକରୁ ସୁରକ୍ଷିତ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ସେ ଘରେ କାହାକୁ କିଛି ନ କହି ବଜାରକୁ ଔଷଧ ପାଇଁ ଆସିଥିବା କହିଛନ୍ତି ସୁଶୀଲ କୁମାର ।

Get real time updates directly on you device, subscribe now.