fbpx

କରୋନା ଛୁଇଁନଥିବା ଗାଁ, ଉଭୟ ଲହରରେ ନାହାନ୍ତି ଜଣେ ବି ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପ୍ରଭାବରେ ସମଗ୍ର ଦେଶ ଭୀତତ୍ରସ୍ତ ଅବସ୍ଥାରେ ରହିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଉଭୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଥିଲା । ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୪ ଲକ୍ଷ ଅତିକ୍ରମ କରିଥିବା ବେଳେ ଧୀରେ ଧୀାରେ ଏହା ହ୍ରାସ ପାଇ ୨୦ ହଜାରରେ ପହଞ୍ଚିଛି । ତେବେ ଦେଶବ୍ୟାପୀ କରୋନାର ଭୟାବହତା ଜାରି ରହିଥିବା ବେଳେ ଦେଶର ଏମିତି ଏକ ଗାଁ ରହିଛି ଯେଉଁଠିକୁ କରୋନା ବର୍ତ୍ତମାନ ଯାଏଁ ଛୁଇଁପାରିନାହିଁ ।

ଏହି ଗାଁରେ ୬୫ଟି ପରିବାର ରହିଥିବା ବେଳେ ୧୫୦ ଅଧିକ ଲୋକ ବସବାସ କରନ୍ତି । ତାମିଲନାଡୁର କୋଏମ୍ବାଟୁରରେ ରହିଥିବା ଆଦିବାସୀ ବହୁଳ ଗ୍ରାମ ଚିନ୍ନାମପଥି ସମଗ୍ର ଦେଶବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଥମ ଲହର ପରଠାରୁ ଏହି ଗ୍ରାମରେ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ଭାବରେ ପାଳନ କରାଯାଉଛି । ଫଳସ୍ୱରୂପ କୋଏମ୍ବାଟୁର ଜିଲ୍ଲାରେ ଅବସ୍ଥିତ ଏହି ଗ୍ରାମଟିରେ ଆଜିଯାଏଁ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ୧୫୦ ବ୍ୟକ୍ତିଙ୍କ ମଧ୍ୟରେ ୮୦ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ରହିଥିବାରୁ ଲୋକେ ଅଧିକ ସଚେତନତା ଅବଲମ୍ବନ କରୁଥିବ ା କୁହାଯାଇଛି ।

Get real time updates directly on you device, subscribe now.