ରାସ୍ତା ମଝିରେ ଆକ୍ସିଡେଣ୍ଟ, କାର୍ ଡ୍ରାଇଭରକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ
୨ ରୁ ୩ଟି ବାଇକକୁ ଧକ୍କା ଦେଲା କାର। ଉତ୍ୟକ୍ତ ସ୍ଥାନୀୟ ଲୋକେ ଡ୍ରାଇଭରକୁ ପିଟିପିଟି ମାରିଦେଲେ।
ଗୁଜୁରାଟ: ସନ୍ଧ୍ୟା ସମୟ। ଭିଡ଼ ଥିଲା ରାସ୍ତା। ଦୁଇ ପଟରୁ ଯାଆ ଆସ କରୁଥିଲା ଦୁଇ ଚକିଆ ଚାରି ଚକିଆ। ରାସ୍ତାରେ ଲୋକ ବି ଯିବା ଆସିବା କରୁଥିଲେ। ଆଉ ସାମ୍ନାରେ ଛିଡା ହୋଇଥିବା ଏକ କାର୍ ହଠାତ୍ ଗାଡ଼ି ଷ୍ଟାର୍ଟ କରି ଆଗକୁ ମାଡି ଆସିଲା।
ଆଉ ସାମ୍ନା ପଟୁ ଯାଉଥିବା ଦୁଇରୁ ତିନୋଟି ବାଇକକୁ ଧକ୍କା ଦେଲା। ଫଳରେ ରାସ୍ତା ଉପରେ ଛିଟକି ପଡିଲେ ବାଇକ୍ ଚାଳକ। ଆଉ ଆକ୍ସିଡେଣ୍ଟ କରି ଘଟଣାସ୍ଥଳରୁ ଫେରାର ହେବା ବେଳେ କାର ଡ୍ରାଇଭରଙ୍କୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଗଲା।
ଭିଡ ଭିତରେ ଆକ୍ସିଡେଣ୍ଟ: ଅହମଦାବାଦର ଜୁହାପୁରାର ଘଟଣା। ସନ୍ଧ୍ୟା ସମୟ ଛୋଟ ମାର୍କେଟ୍ ତେଣୁ ଭିଡ଼ ରହିଛି। ରାସ୍ତାର ଦୁଇ ସାଇଟରୁ ଗାଡି ଯିବା ଆସିବା କରୁଛି। ଲୋକ ବି ଯା ଆସ କରୁଛନ୍ତି।
ଆଉ ଏହି ଭିଡ଼ ମାର୍କେଟ୍ ଭିତରେ ଛିଡ଼ା ହୋଇଥିବା ଏକ କାର ହଠାତ୍ ଷ୍ଟାର୍ଟ କରି ଦ୍ରୁତ ଗତିରେ ଆଗକୁ ମାଡି ଆସିଲା। ଆଉ ଆଖି ପିଛୁଳାକେ ସାମ୍ନା ପଟୁ ଆସୁଥିବା ଦୁଇରୁ ତିନୋଟି ବାଇକକୁ ଏକାଥରେ ପିଟିଲା। ଫଳରେ ବାଇକ୍ ଆରୋହୀ ରାସ୍ତା ସାଇଟକୁ ଛିଟିକି ପଡିଲେ।
ଡ୍ରାଇଭରକୁ ନିର୍ଧୁମ ମାଡ଼: ଆଉ ଆକ୍ସିଡେଣ୍ଟ କାର ଟି ଖସି ଯିବାକା ଚେଷ୍ଟା କରୁଥିଲା। କିନ୍ତୁ ମାର୍କେଟଟି ଗହଳିପୂର୍ଣ୍ଣ ଥିବାରୁ କାରକୁ ଧରି ପକାଇଲେ ସ୍ଥାନୀୟ ଲୋକେ। ଆଉ କାର ଭିତରୁ ଗାଡି ଡ୍ରାଇଭରକୁ ବାହାର କରି ନିର୍ଧୁମ ଛେଚିଲେ।
ଆଉ ଲୋକଙ୍କ ମାଡ଼ ଏତେ ଭୟଙ୍କର ଥିଲା ଯେ, ଡ୍ରାଇଭର ଜଣକ ପୁରା ଦରମଲା ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି ଗରମଲା ଡ୍ରାଇଭରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ।
ଆଉ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ କିଛି ଲାଭ ହେଲାନାହିଁ। ଲୋକଙ୍କ ମାଡ଼ ଏତେ ଜୋରରେ ଥିଲା ଯେ, ଡ୍ରାଇଭର ଜଣକ ହସ୍ପିଟାଲରେ ପ୍ରାଣ ହରାଇଲେ।
୭ ଜଣ ଗିରଫ: ଗଣ୍ଡଗୋଳର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଡ୍ରାଇଭରକୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଆଉ ଏହି ହତ୍ୟାକାଣ୍ଡର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିଲା।
ସିସିଟିଭି ଫୁଟେଜ ଆଧାରରେ ପୋଲିସ ୭ ଜଣ ଲୋକଙ୍କୁ ଗିରଫ କରିଥିବା ବେଳେ, ଏବେବି ବାଇକ୍ ଚାଳକ ଫେରାର ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।