Video: ଭୁବନେଶ୍ୱରରେ Gang Rape, OYOକୁ ଡାକି ଜଣେ ଯୁବତୀଙ୍କୁ ୪ ଜଣ ମିଶି କଲେ ଗଣଦୁଷ୍କର୍ମ, ଥାନାରେ ମାମଲା..

ଭୁବନେଶ୍ୱର: ଭୁବନେଶ୍ୱରରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଗଣଦୁଷ୍କର୍ମର ଅଭିଯୋଗ ପୁରା ରାଜଧାନୀକୁ ଦୋହଲାଇ ଦେଇଛି । ୪ ଜଣ ଦୁର୍ବୃତ୍ତ ମିଶି ଜଣେ ଯୁତୀଙ୍କୁ ବାରମ୍ବାର ମଦ ପିଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଓୟୋ ହୋଟେଲରେ ହୋଇଛନ୍ତି ଗଣ ଦୁଷ୍କର୍ମର ଶିକାର । ଏଭଳି ଖବର ପୋଲିସ ପ୍ରଶାସନକୁ ଦେଇଛି ଚ୍ୟାଲେଞ୍ଚ । ଲୋକଲଜ୍ୟା ଭୟରେ ସେ ପ୍ରଥମେ ଥାନାକୁ ଯିବାକୁ ଡରୁଥିଲେ । ହେଲେ ଗତ ୬ ତାରିଖରେ ସେ ଖଣ୍ଡଗିରି ଥାନାରେ ଗଣ ଦୁଷ୍କର୍ମ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଖଣ୍ଡଗିରିଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି ।

ଅଭିଯୋଗ ମୁତାବିକ ଯୁବତୀ ଜଣକ ହେଉଛନ୍ତିି ଜଣେ ବାର ଡ୍ୟାନ୍ସର । ତାଙ୍କୁ ଓୟୋ ହୋଟେଲକୁ ଡ୍ୟାନ୍ସ କରିବା ପାଇଁ ଡକା ଯାଇଥିଲା । ହେଲେ ସେଠାରେ ପଞ୍ଚିଲା ପରେ ତାଙ୍କୁ ସେଠାରେ ମଦ ପିଆଇଲା ପରେ । ୪ ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଜଣଙ୍କ ପରେ ଜଣେ ହୋଟେଲ ଭିତରେ ହିଁ ପିଡ଼ିତାଙ୍କୁ ଝୁଣି ଝୁଣି ଖାଇଥିଲେ । ଶୁଣନ୍ତିୁ ପିଡ଼ିତା ଜଣକ କଣ କହିଛନ୍ତି । ସେପଟେ ଡିସିପି ପିନାକୁ ମିଶ୍ର କହିଛନ୍ତି ଯେ ଘଟଣାରେ ସତ୍ୟାସତ୍ୟ ରହିଛି । ଏହି ମାମଲାକୁ ପୋଲିସ ଗମ୍ଭୀରତାର ସହ ନେଇଛି ।

ଏଥିପାଇଁ ଏସିପିଙ୍କୁ ଏହି ମାମଲାର ତଦନ୍ତଭାର ଦିଆଯାଇଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ । ତେବେ ପିଡ଼ିତା ଯାହା ସବୁ କହିଛନ୍ତି ଡିସିପି ମଧ୍ୟ ସେହି ସବୁ କଥାକୁ କହିଛନ୍ତି । ଯଦି ଦେଖିବା ରାଜଧାନୀ ଭୁବନେଶ୍ୱରରେ ବଡ଼ି ବଡ଼ି ଚାଲିଛି ଦୁର୍ବୃତ୍ତ ମାନଙ୍କର ରାଜ । କମିଶନରେଟ ପୋଲିସକୁ ଆଉ ଭୟ କରୁ ନାହାଁନ୍ତି ଅଭିଯୁକ୍ତ ମାନେ । ବିନା ଭୟରେ ଘଟାଇ ଚାଲିଛନ୍ତି କାଣ୍ଡ ।