fbpx

ଆଧାର କାର୍ଡ ପାଇଁ ଆସିଲା ନୂଆ ନିୟମ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ଉପକୃତ ହେବେ ଅନେକ ଲୋକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ଏହା ବିଭିନ୍ନ ସରକାରୀ ଯୋଜନାର ଫାଇଦା ଉଠାଇବା ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ପାଲଟି ଯାଇଛି । ଅନେକ ସମୟରେ କେନ୍ଦ୍ର ସରକାର ଆଧାର ନିୟମରେ ପରିବର୍ତ୍ତନ କରିଥାନ୍ତି । ତେବେ ଏହା ମଧ୍ୟରେ ଆଧାର କାର୍ଡକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର କାର୍ଡ ତିଆରି କରିବାର ପ୍ରକ୍ରିୟାରେ ପରିବର୍ତ୍ତନ କରଯାଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏନେଇ ୟୁଆଇଡିଏଆଇ ତଥ୍ୟ ଶେୟାର କରିଛି ।

ୟୁଆଇଡିଏଆଇର ଏକ୍ସ ହ୍ୟାଲେଣ୍ଡରେ ସୂଚନା ଜାରି କରି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବୟାନ ଉପରେ କୁହାଯାଇଛି । ସମସ୍ତ ଆଧାର ସେବା କେନ୍ଦ୍ର ପାଇଁ ନୂଆ ମାନର ମାର୍ଗଦର୍ଶିକା ଜାରି କରାଯାଇଛି । ଯେଉଁ ବ୍ୟକ୍ତିଙ୍କର ଆଙ୍ଗୁଠି ନଥିବ ବା ସେ ଅନ୍ୟ ପ୍ରକାରର ବିକଳାଙ୍ଗ ହୋଇଥିବେ ତେବେ ଏପରି ବ୍ୟକ୍ତିଙ୍କ କ୍ଷେତ୍ରରେ ଅନ୍ୟ ବାୟୋମେଟ୍ରିକ୍ସ ଡାଟାର ବ୍ୟବହାର କରାଯାଇ ଆଧାର ଜାରି କରାଯିବ । ଯେଉଁମାନେ ଆଙ୍ଗୁଠି ଓ ଆଇରିସ ଦୁଇଟିଯାକ ବାୟୋମେଟ୍ରିକ୍ସ ଦେବାକୁ ଅସମର୍ଥ, ସେମାନେ ମଧ୍ୟ ଆଧାର ପାଇଁ ନାମାଙ୍କନ କରିପାରିବେ ।

ଏପରି ବ୍ୟକ୍ତିଙ୍କ କ୍ଷେତ୍ରରେ ସେମାନଙ୍କର ନାମ, ଲିଙ୍ଗ, ଠିକଣା, ଜନ୍ମତିଥି ଓ ବର୍ଷକୁ ବାୟୋମେଟ୍ରିିକ୍ସ ସହିତ କ୍ୟାପଚର କରାଯାଇଥାଏ । ଏଥିସହିତ ଆଙ୍ଗୁଠି ଓ ଆଇରିସ ବା ଦୁଇଟିଯାକ ମ୍ୟାଚ ନହେବା ସ୍ଥିତିରେ ଗୋଟିଏ ଫଟୋ ନିଆଯାଇଥାଏ ଓ ଆଧାର ନାମାଙ୍କନ କେନ୍ଦ୍ରର ପର୍ଯ୍ୟବେକ୍ଷକ ଏହି ନାମାଙ୍କନକୁ ଅସାଧାରଣ ଶ୍ରେଣୀରେ ମାନ୍ୟ କରିଥାନ୍ତି । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଏଣିକି ଆଧାର ତିଆରି କରିବା ପ୍ରକ୍ରିୟା ଆହୁରି ସହଜ ହୋଇଯିବ । ବିଶେଷ କରି ଯେଉଁମାନେ ଶାରୀରିକ ଅକ୍ଷମ ଅର୍ଥାତ ହାତ ବା ଆଙ୍ଗୁଠି ନାହିଁ ସେମାନଙ୍କ ପାଇଁ ଏହା ବେଶି ସହଜ ହୋଇଯିବ ।

Get real time updates directly on you device, subscribe now.