fbpx
BSKY SKY
BSKY SKY

ସାଧାରଣତନ୍ତ୍ର ଦିବସରେ ସାମିଲ ହେବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

BSKY

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବାଇଡେନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି । ସୂତ୍ରରୁ ପ୍ରକାଶ ଜାନୁଆରୀ ୨୦୨୪ରେ ଭାରତରେ ହେବାକୁ ଥିବା ସ୍କ୍ୱାଡ୍ ଶିଖର ସମ୍ମିଳନୀ ଅନୁଷ୍ଠିିତ ହେବ ନାହିଁ । ତେବେ ସ୍କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ପଷ୍ଟ କରାଯାଇ ନାହିଁ ।

୨୦୨୪ର ଶେଷ ଭାଗରେ ଭାରତରେ ସ୍କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରାଯିବା ନେଇ ପ୍ରସ୍ତାବ ରହିଛି । ଯଦି ବାଇଡେନ୍ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକୁ ସ୍ୱିକାର କରନ୍ତି ତେବେ ଜାନୁଆରୀ ୨୭ରେ ସ୍କ୍ୱାଡ୍ ସମ୍ମିଳନୀ ହେବା ନେଇ ଆଶା କରାଯାଉଛି । ଆଗାମୀ ବର୍ଷ ଆମେରିକାରେ ଜାନୁଆରୀ ବା ଫେବୃଆରୀ ପ୍ରାରମ୍ଭରେ ବାଇଡେନ୍ ‘ଷ୍ଟେଟ୍ ଅଫ୍ ଦି ୟୁନିୟନ’କୁ ସମ୍ବୋଧିତ କରିପାରନ୍ତି । ସେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଛନ୍ତି । ଏହା ବ୍ୟତୀତ ହମାସ- ଇସରାଏଲ ଯୁଦ୍ଧ ଉପରେ ଆମେରିକା ଧ୍ୟାନ ଦେବାକୁ ଚାହୁଁଛି । ଗତ ମାସରେ ଆମରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ ‘୨+୨’ ମନ୍ତ୍ରୀ ସ୍ତରୀୟ ଆଲୋଚନା ପାଇଁ ଭାରତ ଗସ୍ତ କରିଥିଲେ । ଆମେରିକାର ପ୍ରମୁଖ ଡେପୁଟି ଏନ୍‌ଏସ୍‌ଏ ଜୋନାଥନ ଫାଇନର ଗତ ସପ୍ତାହରେ ଭାରତ ଆସିଥିବା ବେଳେ ବର୍ତ୍ତମାନ ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟଫରରେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ।

Get real time updates directly on you device, subscribe now.