fbpx

Aadhaar 2.0: Aadhaar Card ହେବ ଅନ୍ତର୍ଜାତୀୟ ଡିଜିଟାଲ ପରିଚୟ ପତ୍ର, କେନ୍ଦ୍ର ସରକାର କରୁଛନ୍ତି ପ୍ଲାନିଂ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ସରକାର ଆଧାର ୨.୦ କନସେପ୍ଟ ଉପରେ ବିଚାର କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଫଳରେ ଆଧାର କାର୍ଡକୁ ଡିଜିଟାଲ ଇକୋନୋମିରେ ବ୍ୟବହାର କରାଯାଇପାରିବ । ଏଥିସହ ଭାରତୀୟ ନାଗରିକଙ୍କ କ୍ଷେତ୍ରରେ ଏହା ଅନ୍ତର୍ଜାତୀୟ ପରିଚୟ ପତ୍ର ଭାବେ କାର୍ଯ୍ୟ କରିବ । ବର୍ତ୍ତମାନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଉଛି । ତେବେ ଆଧାର ୨.୦କୁ ଦୃଷ୍ଟିରେ ରଖି ସରକାର ଆଧାର କାର୍ଡର ସେବାକୁ ବିସ୍ତାର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ଏ ନେଇ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଦେଶ ବିଦେଶର ଏକ୍ସପର୍ଟମାନଙ୍କୁ ନେଇ ଏକ ବୈଠକ ବସିବ । ଡିଜିଟାଲ ଇକୋନୋମି ପାଇଁ ଆଧାର କିପରି କାର୍ଯ୍ୟ କରିବ ସେନେଇ ବୈଠକରେ ଆଲୋଚନା କରାଯିବ । ଆଧାରକୁ ଅନ୍ତର୍ଜାତୀୟ ସ୍ତରରେ ଡିଜିଟାଲ ପରିଚୟ ପତ୍ରର ଷ୍ଟାଟସ ଦେବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଏକ ତିନି ଦିଆ କର୍ମଶାଳାର ଆୟୋଜନ କରାଯାଇଛି । ବୈଠକରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୟୁଆଇଡିଏଆଇର ପୂର୍ବ ମୁଖ୍ୟ ନନ୍ଦନ ନିଲେକାନୀ, ଆରଏସ ଶର୍ମା, ଅଜୟ ଭୂଷଣ ପାଣ୍ଡେ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ, ଅର୍ଥ ସଚିବ ଟିବି ସୋମନାଥନ, ଆଇଟି ସଚିବ ଅଜୟ ପ୍ରକାଶ, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ, ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସହିତ ଆଇଆଇଟି ଓ ଆଇଆଇଏସସିର ପ୍ରଫେସରମାନେ ଯୋଗଦେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.