fbpx

କେଜ୍ରିୱାଲଙ୍କ ଦଳର ନୂଆ ଘୋଷଣା, ମଧ୍ୟପ୍ରଦେଶରେ ବୁଲିବ କି ଝାଡୁ; ମୁଖିଆ ଦେଲେ ଇସାରା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ହେବ ତ୍ରିକୋଣୀୟ ନିର୍ବାଚନ । ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଲଢେଇରେ ଏବେ ବିଜେପି , କଂଗ୍ରେସ ଏବଂ ଆପ ମଧ୍ୟରେ କଡାଟକ୍କର ହେବ। ମଧ୍ୟପ୍ରଦେଶରେ ଆଗମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ଜାତୀୟ ଦଳମାନେ ନିଜ ନିଜ ଭିତରେ ଲଢେଇ ଆରମ୍ଭ କରିଦେଲେଣି । ପୂର୍ବରୁ ଭାରତୀୟ ଜନତା ଦଳ ତଥା ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିଲା । କିନ୍ତୁ ଆମ୍ ଆଦମୀ ପାର୍ଟି ଜାତୀୟ ଦଳରେ ପରିବର୍ତ୍ତନ ହେବ ପରେ ଉଭୟ ଦଳ ବିଜେପି ଏବଂ କଂଗ୍ରେସକୁ କଡାଟକ୍କର ଦେଇଚାଲିଛି ।

ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମସ୍ତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ଘୋଷଣା କରିସାରିଛି । ଏଥି ସହ ଆପ କହିଛି ଯେ ଗୁଜୁରାଟ, ପଞ୍ଜାବ ଏବଂ ଦିଲ୍ଲୀ ନିର୍ବାଚନ ପରି ମଧ୍ୟପ୍ରଦେଶରେ ଜୋରଦାର ଲଢେଇ କରିବ ବୋଲି ଦଳ ଆହ୍ୱାନ ଦେଇଛି । ଏହା ସହ ମଧ୍ୟପ୍ରଦେଶର ବିଧାନସଭାର ୨୩୦ ଆସନ ପାଇଁ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଛି ।

ଏଥି ସହ ଆପ୍ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ନିର୍ବାଚନ ଲଢିବାକୁ ଯୋଜନା କରୁଥିବା ଜଣାପଡିଛି। ତେବେ ପୂର୍ବରୁ ଦିଲ୍ଲୀ ଏବଂ ପଞ୍ଜାବରେ ଦଶନ୍ଧି ଧରି ସରକାର ଚଳାଉଥିବା ଦଳ ନିକଟରେ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ପାଞ୍ଚଟି ଆସନ ହାତେଇଥିଲା ।

ତେବେ ଶନିବାର ଦିନ ଭେ।ପାଳରେ ସଦସ୍ୟତା ଅଭିଯାନର ଉଦଘାଟନ କରି ଆମ୍ ଆଦମୀ ଦଳର ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି ଯେ, ତାଙ୍କ ଦଳ ସମସ୍ତ ଆସନ ପାଇଁ ପ୍ରତିଯୋଗିତା କରିବ। ଏଥି ସହ ରାଜ୍ୟ ସଭା ସାଂସଦ କହିଛନ୍ତି ଯେ , ଆମ୍ ଆଦମୀ ପାର୍ଟି ପଞ୍ଜାବ , ଗୁଜୁରାଟ, ଦିଲ୍ଲୀ ଭଳି ମଧ୍ୟପ୍ରଦେଶରେ ପୂର୍ଣ୍ଣ ଶକ୍ତି ସହ ଲଢେଇ ହେବ । ଏହା ସହ ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଦିଲ୍ଲୀ, ପଞ୍ଜାବ ଭଳି ଯଦି ମଧ୍ୟପ୍ରଦେଶରେ ଦଳ ଶାସନଗାଦି ହାସଲ କରିବ ତେବେ ସେଠାରେ ମଧ୍ୟ ସମସ୍ତ ମାଗଣା ସୁବିଧା ଦିଆଯିବ ।ତେବେ ଖୁବ ଶୀଘ୍ର ନୂଆ ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାିବା ବୋଲି ସାଂସଦ କହିଛନ୍ତି ।ତେବେ ଦଳର ଏପରି ମାଗଣା ଯୋଜନା ମଧ୍ୟପ୍ରଦେଶରେ କେତେ ଫଳ୍ ପ୍ରଦ ହେଉଛି ତାହା ଦେଖିବା ବାକି ରହିଲା।

ଜାଣନ୍ତୁ ଆପ୍ ଦଳ ନିର୍ବାଚନ ଲଢିବା ଦ୍ୱାରା କେଉଁ ଦଳକୁ ଅଧିକ ଲାଭ ହେବ:
ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଘୋଷଣା କରିବା ପରେ ବର୍ତ୍ତମାନ ନିର୍ବାଚନରେ ତ୍ରିକୋଣୀୟ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ମଧ୍ୟପ୍ରଦେଶରେ କ୍ଷମତା ହାସଲ ପାଇଁ ଦଳର ସଙ୍ଗଠନ ଯଥେଷ୍ଟ ଶକ୍ତିଶାଳୀ ନୁହେଁ । କିନ୍ତୁ ତ୍ରିକୋଣୀୟ ପ୍ରତଯୋଗିତା ହେତୁ ନିର୍ବାଚନ ଫଳାଫଳ ଉରେ ନିଶ୍ଚିତ ଭାବରେ ଆପ୍ ପ୍ରଭାବ ଦେଖିବାକୁ ମିଳିବ । ତେବେ ଫଳାଫଳ କାହା ସପକ୍ଷରେ ଏବଂ ବିପକ୍ଷରେ ହେବ ସେ ନେଇ ଅଙ୍କକଷା ଜୋର ଧରିଛି । ତେବେ କିଛି ବିଶେଷଜ୍ଞଙ୍କ କହିବା ମୁତାବକ ତ୍ରିକୋଣୀୟ ପ୍ରତିଯୋଗିତା ହେଲେ ଗୁଜୁରାଟ ଭଳି ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ବିଜୟ ହୋଇପାରେ। ତେବେ ଆଉ କିଛି ବିଶେଷଜ୍ଞଙ୍କ ଯାହା ଆକଳନ କରିଛନ୍ତି ଯେ, ବିଜେପି ଯେପରି ଜାତୀୟତାବାଦ ଏବଂ ହିନ୍ଦ୍ୱୁତ୍ୱକୁ ରାଜନୀତି କରୁଛି ତାହା ଆଗାମୀ ନିର୍ବାଚନରେ ଦଳ ପାଇଁ ବଡ କ୍ଷତି ହୋଇପାରେ । ଯାହା ଦ୍ୱାରା ଆପ୍ କୁ ମଧ୍ୟ ଫାଇଦା ହୋଇପାରେ ବୋଲି ବିଶେଷଜ୍ଞଙ୍କମାନେ ଆକଳନ କରିଛନ୍ତି।

ଜାଣନ୍ତୁ ମଧ୍ୟପ୍ରଦେଶରେ ନିର୍ବାଚନ ଜିତିବା ବିଜେପି ପାଇଁ ସହଜ ହେବ କିି?
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୨୩୦ ଆସନରୁ ୨୦୦ରୁ ଅଧିକ ଆସନ ହାସଲ କରିବା ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି। ସୂଚନାଯୋଗ୍ୟ, ଗୁଜୁରାଟ ନିର୍ବାଚନରେ ଆପ ର ଏଣ୍ଟ୍ରିରେ ବିଜେପିକୁ ଏକ ଐତିହାସିକ ବିଜୟ ହାସଲ କରିବାରେ ସହାୟତା କରିଥିଲା । କିନ୍ତୁ କଂଗ୍ରେସକୁ ବହୁ କ୍ଷତି ସହିବାକୁ ପଡିଥିଲା। ତେବେ ମଧ୍ୟପ୍ରଦେଶରେ ତ୍ରିକୋଣୀୟ ନିର୍ବାଚନ ବିଜେପି ପାଇଁ ପୁଣିଥରେ ଶୁଭ ହୋଇପାରେ ବୋଲି ବିଜେପି ଦୃଢୋକ୍ତି ବାଢିଛି । ଏଥି ସହ ଆପ୍ ର ଏଣ୍ଟି ଦ୍ୱାରା କଂଗ୍ରେସକୁ ବହୁ କ୍ଷତି ହେବ ବୋଲି ବିରୋଧୀ ଆଶଙ୍କା କରିଛି ।

Get real time updates directly on you device, subscribe now.