fbpx

୫୧ ଦିନ ଜେଲରେ ବିତାଇଲେ ସଞ୍ଜୟ ସିଂହ, ପୁଣି କୋର୍ଟ ତାଙ୍କୁ ପଠାଇଦେଲେ ତିହାଡ଼ ଜେଲ, ଜାଣନ୍ତୁ ଆଉ ରହିବେ କେତେ ଦିନ..

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସଂଜୟ ସିଂହ ୫୧ ଦିନ ଜେଲରେ ରହିଛନ୍ତି । ସାଂସଦଙ୍କ ହେପଜତକୁ କୋର୍ଟ ପୁଣି ଥରେ ୧୪ ଦିନ ବଢାଇ ଦେଇଛନ୍ତି । ସଂଜୟ ସିଂହଙ୍କୁ ୪ ଡିସେମ୍ବର ପର୍ଯ୍ୟନ୍ତ ଜେଲ ପଠାଯାଇଛି । ସାଂସଦ ଟ୍ରାଏଲ କୋର୍ଟରେ ଜାମିନ ପିଟିସନ ମଧ୍ୟ ଦାଖଲ କରିଛନ୍ତି । ଯେଉଁଥିରେ ଶନିବାର ଦିନ ଶୁଣାଣି ହୋଇପାରେ ।

ସ୍ପେଶାଲ ଜଜ ଏମକେ ନାଗପାଳ ସଞ୍ଜୟ ସିଂହଙ୍କ ହେପାଜତକୁ ୪ ଡିସେମ୍ବର ପର୍ଯ୍ୟନ୍ତ ବଢାଇବାକୁ ଆଦେଶ ଦେଇଛନ୍ତି । ବିଚାରପତି ଯାଞ୍ଚ ଅଧିକାରୀଙ୍କ ଏହି ବୟାନକୁ ମଧ୍ୟ ନୋଟ କରିଛନ୍ତି ଯେ, ଅପରାଧିଙ୍କ ବିରୋଧରେ ଖୁବ ଶିଘ୍ର ଚାର୍ଜସିଟ ଦାଖଲ କରାଯିବ । ସଞ୍ଜୟ ସିଂହଙ୍କ ଓକିଲ ମହମ୍ମଦ ଇରଶାଦ କହିଛନ୍ତି ଯେ, ପିଟିସନ ରାଉଜ ଏଭେନ୍ୟୁ କୋର୍ଟର ରେଜିଷ୍ଟରରେ ଦାଖଲ କରାଯାଇଛି ଏବଂ ଶନିବାର ଦିନ ଏହାକୁ ନେଇ ଶୁଣାଣି ହୋଇପାରେ ।

୧୪ ଦିନିଆ ହେପାଜତର ଅବଧି ଶେଷ ହେବାରେ ଶୁକ୍ରବାର ଦିନ ସଞ୍ଜୟ ସିଂହଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯିବ । ଇଡି ଏବଂ ସଞ୍ଜୟ ସିଂହଙ୍କ ପକ୍ଷକୁ ଶୁଣିବା ପରେ ଅଦାଲତ ତାଙ୍କୁ ଜେଲ ପଠାଇଦେଇଛନ୍ତି । ୪ ଅକ୍ଟୋବର ଦିନ ଦିଲ୍ଲୀରେ ସଞ୍ଜୟ ସିଂହଙ୍କ ସରକାରୀ ଆବାସରେ ୧୦ ଘଣ୍ଟାରୁ ଅଧିକ ଜେରା ଏବଂ ଚଢାଉ ପରେ ଇଡି ତାଙ୍କୁ ଗିରଫ କରିଥିଲା । ୮ ଦିନ ପର୍ଯ୍ୟନ୍ତ ଇଡି କଷ୍ଟୋଡିରେ ଜେରା ପରେ ସେ ତିହାଡ ଜେଲ ପଠାଇଦେଇଥିଲେ । ଇଡି ଅଭିଯୋଗ କରିଛି ଯେ, ଅବକାରୀ ନୀତିକୁ ତିଆରି କରିବା ପାଇଁ ସଞ୍ଜୟଙ୍କ ବଡ଼ ହାତ ଥିଲା ଏବଂ ସେ ଲାଞ୍ଚ ଦେବା ନେବାରେ ମଧ୍ୟ ଜଡିତ ଥିଲେ ।

Get real time updates directly on you device, subscribe now.