fbpx

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍, ଚାର୍ଜସିଟିରେ ଦାବି କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆମ ଆଦମୀ ପାର୍ଟି(ଆପ)। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗୁରୁବାର ଏଭଳି ସାଂଗାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଏଜେନ୍ସୀ କହିଛି, ତଦନ୍ତରେ ଏହା ଜଣାପଡ଼ିଥିଲା କି ପଣ୍ଠିର କିଛି ଅଂଶ ଆପ୍ ସରକାର ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛନ୍ତି । ଗତବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହୋଇଥିଲା । ଯେଉଁଠାରେ କେଜ୍ରିୱାଲଙ୍କ ଦଳ ମାତ୍ର ଦୁଇଟି ଆସନରେ ବିଜୟ ଲାଭ କରିଥିଲା । ଅପରପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ଚାର୍ଜସିଟ୍‌କୁ କାଳ୍ପନିକ କହିବା ସହିତ ଏଜେନ୍ସୀର ବ୍ୟବହାର କେବଳ ସରକାର ଭାଙ୍ଗିବା ପାଇଁ ହେଉଥିବା ସେ କହିଛନ୍ତି।

ଇଡି କୁ ମିଳିଥିବା ସୂଚନା ମୁତାବକ ଆମ ଆଦମୀ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ଭଲେଣ୍ଟିୟର୍ସ ମାନଙ୍କୁ ୭୦ ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ଇଡି ଏହା ମଧ୍ୟ କହିଛି ଯେ, ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାର କହିଛନ୍ତି ଯେ ଏଥିରେ କିଛି ଲୋକ ଜଡିତ ଅଛନ୍ତି । ଏହି ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ YSRCP ସାଂସଦ ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମାଗୁଣ୍ଟା, ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି. ସରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା କାଲାଭାକୁଣ୍ଟଲାଙ୍କୁ ନେଇ ଏକ ଦଳରୁ ୧୦୦ କୋଟି ଟଙ୍କା ଲାଞ୍ଚ ଗ୍ରହଣ କରିଛନ୍ତି ।

ଏଜେନ୍ସି କହିଛି ଯେ, ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ଅଭିଷେକ ବୋଇନାପାଲ୍ଲୀ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହଯୋଗୀ ଦୀନେଶ ଆରୋରାଙ୍କ ସହ ଏହି ଟଙ୍କା ଟ୍ରାନ୍ସଫର କରିବାରେ ସହଜ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ସରକାର ଜଡିତ ଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତଙ୍କ ତାଲିକାରେ ଏକ୍ସାଇଜ୍ ବିଭାଗ ପରିଚାଳନା କରୁଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସାମିଲ ହୋଇଛନ୍ତି। ମଦ ଦୁର୍ନୀତି ଅଭିଯୋଗରେ ବିଜେପି ଅଭିଯୋଗ କରିବା ପରେ ଏଲଜି(ଦିଲ୍ଲୀ ଉପରାଜ୍ୟପାଳ) ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲା। ସିବିଆଇ ପରେ ଇଡି ମଧ୍ୟ ମାମଲା ରୁଜୁ କରିଥିଲା।

Get real time updates directly on you device, subscribe now.