fbpx

ଅଭିଷେକ ବଚ୍ଚନଙ୍କୁ ମାସିକ ଏତିକି ଲକ୍ଷ ଟଙ୍କା ଦେଉଛି SBI, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ରକୁ ନେଇ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି। କିଛି ମିଡିଆ ଏହାକୁ ମିଥ୍ୟା ବୋଲି ମଧ୍ୟ କହୁଛନ୍ତି। ତେବେ ବହୁ ଦିନ ହେଲାଣି ଏହି ଦମ୍ପତ୍ତିଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। ଏହାରି ମଧ୍ୟରେ ଅଭିଷେକ ବଚ୍ଚନଙ୍କୁ ନେଇ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ଅଭିଷେକଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାସିକ ୧୮ ଲକ୍ଷ ଟଙ୍କା ଦେଉଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଏସବିଆଇରୁ ମିଳୁଛି ଟଙ୍କା: ମିଡିଆ ରିପୋର୍ଟସ ମୁତାବକ ଅଭିଷେକ ବଚ୍ଚନଙ୍କର ସଂପତ୍ତି ୨୮୦ କୋଟି ଟଙ୍କା ବୋଲି କୁହାଯାଉଛି। ଖବର ରହିଛି ଯେ, ଜୁନିୟର ବଚ୍ଚନ ନିଜ ଜୁହୁ ସ୍ଥିତ ରାଜକୀୟ ବଙ୍ଗଳା ଅମ୍ମୁ ଏବଂ ବତ୍ସର ଗ୍ରାଉଣ୍ଡ ଫ୍ଲୋରକୁ ଲିଜରେ ଦେଇଛନ୍ତି। କୁହାଯାଉଛି ଯେ, ଏହି ଅଭିନେତା ନିଜର ଗ୍ରାଉଣ୍ଡ ଫ୍ଲୋରକୁ ଲିଜରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଦେଇଛନ୍ତି। ବ୍ୟାଙ୍କ ସହ ତାଙ୍କର ଏହି ଏଗ୍ରୀମେଣ୍ଟ ହାରାହାରି ୧୫ ବର୍ଷର ଅଟେ।

ପାଞ୍ଚ ବର୍ଷ ପରେ ବଢିଯିବ ମୂଲ୍ୟ: ରିପୋର୍ଟ ମୁତାବକ, ବଚ୍ଚନ ଫ୍ୟାମିଲି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ହୋଇଥିବା ବର୍ଷର ଲିଜ ଏଗ୍ରୀମେଣ୍ଟର ବିବରଣୀ ବର୍ତ୍ତମାନ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ଏଗ୍ରୀମେଣ୍ଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଭିଷେକ ବଚ୍ଚନଙ୍କୁ ବର୍ତ୍ତମାନ ୧୮.୯ ମାସିକ ଭଡା ଦେଉଛି। ଏହି ଭଡା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି। ଏଥିରେ ଆଗାମୀ ୫ ବର୍ଷ ପରେ ମାସିକ ଭଡା ବଢାଯାଇ ୨୩.୬ ଲକ୍ଷ ଏବଂ ଦଶ ବର୍ଷ ପରେ ୨୯.୫ ଲକ୍ଷ ଟଙ୍କା ହୋଇଯିବ।

Get real time updates directly on you device, subscribe now.